ଟାଙ୍ଗଣା ପଲ୍ଲୀ ହାଇସ୍କୁଲର ଶିକ୍ଷକ-ଅଭିଭାବକ ସଂଘ,ପରିଚାଳନା କମିଟି ର ମିଳିତ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାରା ରାଜ୍ୟରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ ଆୟୋଜନ ପରିପ୍ରେକ୍ଷୀରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ନୋଡାଲ୍ ଉଚ୍ଚ ବିଦ୍ଯାପୀଠର ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସୁଥିବା ଶିକ୍ଷାର୍ଥୀ ମାନଙ୍କ ଅଭିଭାବକ ବୃନ୍ଦ ଏହି ବୈଠକରେ ଯୋଗଦେଇ ରାଜ୍ୟ ସରକାରଙ୍କ ସଦ୍ଯ କାର୍ଯ୍ଯକାରୀ ହେଉଥିବା 5 ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଉପରେ ଶିକ୍ଷକ ମାନଙ୍କ ଠାରୁ ଅବଗତ ହୋଇଥିଲେ।ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରି ବିଷ୍ଣୁପ୍ରିୟା ପାଢୀ, ଉଷା ରାଣୀ ମିଶ୍ର, ଯମୁନା ରେଡ୍ଡି, ଜୟଶ୍ରୀ ଦୋରା,ଯୁଧିଷ୍ଠିର ବେହେରା,ଭାଗିରଥି ମିଶ୍ର, ସୁଧାକର ବଳୀ ପ୍ରମୁଖ ସରକାରଙ୍କ ଠାରୁ ଆସିଥିବା ଶିକ୍ଷଣୀୟ ପାଠ୍ୟ କ୍ରମ ଉପରେ ଉପସ୍ଥିତ ଅଭିଭାବକ ଓ ପରିଚାଳନା କମିଟି ସଭ୍ଯ ବୃନ୍ଦଙ୍କୁ ଅବଗତ କରାଇଥିଲେ ।ବିଦ୍ୟାଳୟର ପୂର୍ବତନ ରାଜ୍ୟପୁରସ୍କୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଏହି ବୈଠକରେ ଯୋଗଦେଇ ବିଦ୍ୟାଳୟର ଭୌତିକ ପରିବର୍ତ୍ତନ ସହ ବୌଦ୍ଧିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ ବିଦ୍ୟାଳୟର ପ୍ରଗତିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ଯୋଗଦେଇ ବିଦ୍ୟାଳୟର ବିକାଶରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟିର ସଭ୍ୟ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସିଆର୍ ସି ସି ଉଷାରାଣୀ ପାତ୍ର ଅବିଭାବକଙ୍କ ମଧ୍ୟରୁ ବାଉରୀବନ୍ଧୁ ସାହୁ, ସବିତା ଶତପଥୀ, ମମତା ରାଉଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଏସ୍ ଏମ୍ ସି ର ସଭାପତି ସୁରେନ୍ଦ୍ର ନାଥ ଦାସ ଧନ୍ଯବାଦ ଅର୍ପଣ କରିଥିଲେ ।


