ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲା ସାନଭୀ ସେବା ଟ୍ରଷ୍ଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସିମିଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ଚାରି ବଖରା ଘର ସମେତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଗତ ଶୁକ୍ରବାର ଦିନ ସକାଳ ୮ଟା ସମୟରେ ପ୍ରଶାନ୍ତ ପହିଙ୍କ ଘରେ ରୋଷେଇ ଚୁଲିରୁ ନିଆଁ ଉଠି ୪ବଖରା ଘର ସମ୍ପୁର୍ଣ୍ଣ ଜଳିଯାିଥିଲା । ଅଗ୍ନିକାଣ୍ଡର ପ୍ରଭାବ ଅଧିକ ଥିବାରୁ କୌଣସି ସାମଗ୍ରୀ ଘର ଭିତରୁ ଉଦ୍ଧାର କରାଯାଇ ପାରିନଥିଲା । ଏପରିକି କେବଳ ପିନ୍ଧାବସ୍ତ୍ର କଣ୍ଡିକ ବ୍ୟତିତ ବିପନ୍ନଙ୍କ ପାଖରେ ଆଉ କିଛି ନଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବାପରେ ସାନଭୀ ସେବା ଟ୍ରଷ୍ଟର ମୁଖ୍ୟ ଉପଦ୍ଦେଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ତାଙ୍କର ସଦସ୍ୟମାନେ ବିପନ୍ନଙ୍କ ପାଖରେ ପହଞ୍ଚି ସମସ୍ତ ଅଗ୍ନି ବିପନ୍ନଙ୍କୁ ଲୁଗାପଟା, ଶୁଖିଲା ଖାଦ୍ୟ ଓ ମାସକର ରେସନ ସାମଗ୍ରୀ ଯୋଗାଇ ଦେଇଛନ୍ତି ।