ହାଟଡିହି ବ୍ଲକର ୫-ଟିରେ ରୁପାନ୍ତରିତ ୧୨ଟି ହାଇସ୍କୁଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ହାଟଡିହିି, (ବିକାଶ ବିଶ୍ୱାଳ):ଆଜି କେନ୍ଦୁଝର ଜିଲ୍ଲାର ୫୭ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକର ୧୨ଟି ସ୍କୁଲ ଉଦଘାଟିତ ହୋଇଯାଇଛି । ଏଥିଲାଗି ଆଜି ଇଞ୍ଚୋଳ, ଶାଳଣିଆଁ, ସଢ଼ା, ଗେଡମା, ଆମ୍ବୋ, ବଡରମ୍ପାସ, ବାଙ୍ଗୋର, ସୋସୋ, ମରୈର୍ଗା, ହାବଳେଶ୍ୱର, ଓରାଳି, ସୋସୋ ବାଳିକା ହାଇସ୍କୁଲ ସମେତ ସମସ୍ତ ୧୨ଟି ଯାକ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଇଞ୍ଚାଳ ହାଇସ୍କୁଲ ଠାରେ ପ୍ରଧାନ ।ିକ୍ଷକ ବିଭୁତି ଭୂଷଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସରପଞ୍ଚ ସଶ୍ମିତା ମହାପାତ୍ର, ୱାର୍ଡସଭ୍ୟ ସୁପ୍ରୀୟା ସା, ଏ.ପି.ଓ କାନନବାଳା ପୃଷ୍ଟି, ପ୍ରମୁଖ ଯୋଗଦେଇ ହାଇସ୍କୁଲ ଗୁଡିକୁ ୫-ଟିରେ ରୁପାନ୍ତରିତ କରି ସବୁ କ୍ଷେତ୍ରରେ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରିପାରି ଥିବାରୁ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ । ବିଶେଷକରି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଯେପରି ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛନ୍ତି ତାହା ଛାତ୍ରଛତ୍ରୀ ଓ ଅଭିଭାବକ ମାନଙ୍କୁ ଅନେକ ଖୁସି ଦେଇଛି ବୋଲି ଅତିଥିମାନେ କହିଥିଲେ । ଇଞ୍ଚୋଳ ହାଇସ୍କୁଲରେ ଭଙ୍ଗା ଶ୍ରେଣୀଗୃହରେ ଶିକ୍ଷାଦାନ ହେଉଥିବାବେଳେ ୫-ଟିରେ ରୁପାନ୍ତରିତ ହେବାପରେ ଏହାର ରୁପରେଖ ସମ୍ପୁର୍ଣ୍ଣ ବଦଳି ଯାଇଛି, ଅତ୍ୟାଧୁନିକ ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ, ଇ. ଲାଇବ୍ରେରୀ, କଥାକୁହା କାନ୍ଥ, ସ୍କୁଲ ଭିତର ଫୁଲ ବଗିଚା, ଏବେ ସ୍କୁଲର ଶୋଭାବର୍ଦ୍ଧନ କରୁଛି ବୋଳି ଗ୍ରାମବାସୀମାନେ କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସ୍କୁଲ ପ୍ରତିଷ୍ଠା କ୍ଷେତ୍ରରେ ଉଲେଖନୀୟ ଅବଦାନ ଥିବା ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସମାଜସେବୀ ଅଭିମନୁ୍ୟ ସେଠୀ ସ୍କୁଲ ବିବରଣୀ ପାଠ କରିଥିବାବେଳେ ଏମ.ଇ ସ୍କୁଳର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ, ବିଷ୍ଣୁପ୍ରସାଦ ସାହୁ, ରବିନ୍ଦ୍ର ବାରିକ, ଅନନ୍ତ ଗୋପାଳ ପଣ୍ଡା, ସିତାଶୁଂ ଭୁଷଣ ପଣ୍ଡା, ସୁବାସ ମହାପାତ୍ର, ମୁକ୍ତିକାନ୍ତ ପଣ୍ଡା, ଅକ୍ଷୟ ସ୍ୱାଇଁ, ନଗେନ ସା, ମନୋଜ କୁମାର ରାଉତ, ପ୍ରକାଶ ଚନ୍ଦ୍ର ସୁଆର, ପ୍ରମୋଦ ନାୟକ, ନାରାୟଣ ଚନ୍ଦ୍ର ନାୟକ, ସୁଦର୍ଶନ ନାୟକ, ଚିତ୍ତରଞ୍ଜନ ନାୟକ, ମାତାଜି ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।