ରମ୍ପାସ ଡିଷ୍ଟ୍ରୁବୁଟାରୀ କେନାଲ ରାସ୍ତା ଉନ୍ନତିକରଣ କାର୍ଯ୍ୟା ଭିତ୍ତିପ୍ରସ୍ଥର ସ୍ଥାପନ

ହାଟଡିହିି, (ବିକାଶ ବିଶ୍ୱାଳ):ରମ୍ପାସ ଡିଷ୍ଟିବୁଟାରୀ କେନାଲ ରାସ୍ତାର ଉନ୍ନତ୍ତିକରଣ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଏଥିଲାଗି ଆୟୋଜିତ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୈତରଣୀ ଜଳସମ୍ପଦ ବିଭାଗ ଶାଳପଡାର ନିର୍ବାହୀଯନ୍ତ୍ରୀ ପ୍ରଣବ କୁମାର ନାୟକ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ନାୟକ, କନିଷ୍ଠଯନ୍ତ୍ରୀ ଶୁଭ୍ରାଶୁଂ ଦାସ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମୀତା ସ୍ୱାଇଁ, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ସେଠୀ, ଇଂ ରବିନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଗୌରାଙ୍ଗ ରଣା ପ୍ରମୁଖ ଯୋଗଦେଇଥିଲେ । କ୍ୟାପେକ୍ସ ଯୋଜନାରେ ଦୁଇକୋଟି ୬୭ଲକ୍ଷ ଟଙ୍କା ଯୋଜନାରେ ନିର୍ମାଣ ହେବାକୁଥିବା ୭କିଲୋମିଟର ଲମ୍ବର ଏହି ରାସ୍ତାର ଉନ୍ନତି କରଣ କରାଯିବାର ଧାର୍ଯ୍ୟ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଲେୟାର ମେଣ୍ଟଲିଂ କରାଯିବା ସହିତ ପାଣି ମାଡ ହେଉଥିବା ସ୍ଥାନ ମାନଙ୍କରେ କଂକ୍ରିଟ କାର୍ଯ୍ୟ କରାଯିବାର ଅଛି ବୋଲି ନିର୍ବାହୀଯନ୍ତ୍ରୀ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ