ପୋଲିସ ଡିଜି ଭାବେ ଦାଇତ୍ୱ ଗ୍ରହଣ କଲେ ଅଭୟ
ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଅଭୟ ପୋଲିସ ଡିଜି ଭାବେ ସୋମବାର ଦାଇତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ନାର୍କୋଟିକ୍ସରେ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ କାମ କରୁଥିଲେ ।ସେ ଡେପୁଟେସନରୁ ଫେରିବା ପରେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଠାର ଆନୁଷ୍ଠାନିକ ଭାବେ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସତ୍ୟଜି୍ତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀ କାଳିନ ପୋଲିସ ଡିଜି ଭାବେ ଦାଇତ୍ୱ ଗ୍ରହଣ କରିଥିଲେ । ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଅଭୟ । କଟକ ପୋଲିସ ମୁଖ୍ୟାଳୟ ଠାରେ ଅଭିବାଦନ ଦିଆଯାଇଛି ।


