ଗୋବରୀ ସାରସ୍ୱତ ପରିଷଦ ପକ୍ଷରୁ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ପକ୍ଷରୁ କୃତି ଶିକ୍ଷୟିତ୍ରୀ ଭାବେ ବୀରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ଏକ ଜିଲ୍ଲା ସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି । ତେଣୁ କୃତି ଶିକ୍ଷୟିତ୍ରୀ ଶ୍ରୀ ମଲ୍ଲିକଙ୍କୁ ସ୍ଥାନୀୟ ଲୋକନାଥପୁର ବାଣୀମନ୍ଦିର ଗୋବରୀ ସାରସ୍ୱତ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ଅବସରରେ ପ୍ରତଷ୍ଠାତା ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି, ଡଃ. ନିଳମଣୀ ଲେଙ୍କା ମୁଖ୍ୟବକ୍ତା ଓ ସମରେନ୍ଦ୍ର ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷୟିଥ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ପାଦକ ରବୀନ୍ଦ୍ର ସେନାପତି , ଆଶାଲତା ସ୍ୱାଇଁ ଓ ରବୀନ୍ଦ୍ର ସ୍ୱାଇଁ ପ୍ରମୁଖ ବହୁ ଶିକ୍ଷାବିତ, କବି ଓ ସାହିତ୍ୟିକମାନେ ଉପସ୍ଥିତ ଥିଲେ ।