କଜଳା ଅନୁସୁଚିତ ଜନଜାତି ବସ୍ତିରେ ଜିଲ୍ଲାପାଳ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସହରର କଜଳାସ୍ଥିତ ଅନୁସୂଚିତ ଜନଜାତି ବସ୍ତିବାସିନ୍ଦାଙ୍କ ବହୁ ବର୍ଷର ଦାବି ପୁରଣ ହେବାକୁ ଯାଉଛି । ସେମାନଙ୍କୁ ଓଡିଶୋ ମୈାଜାରେ ଥଇଥାନ କରାଯିବା ସହ ଗୃହ ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପି.ଏମ.ଏ.ୱାଇ)ରେ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା କରି ଯୋଗାଇ ଦିଆଯିବ ବୋଲି ମଙ୍ଗଳବାର ଅପରାହ୍ନରେ କଜଳା ବସ୍ତିରେ ବସି ବସ୍ତିବାସିନ୍ଦାଙ୍କ ସହ ଆଲୋଚନା ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ସେଠାରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଦୀର୍ଘବର୍ଷ ଧରି ସେହି କଜଳା ବସ୍ତିରେ ଗୋଟିଏ ଗୋଟିଏ ଚାଳଛପର କୁଡିଆ ଘରେ ବସବାସ କରିଆସୁଥିବା ଗରୀବ ଅନୁସୁଚିତ ଜନଜାତି ବର୍ଗର ବସ୍ତିବାସିନ୍ଦାଙ୍କ ନିମନ୍ତେ ଏହି ପ୍ରତିଶୃତି ସେମାନଙ୍କ ମନରେ ଏକ ନୂତନ ଆଶା ସଂଚାର କରିଛି । ସେଠାରେ ରହୁଥିବା ୧୨୨ ବସ୍ତାବାସିନ୍ଦାଙ୍କୁ ଓଡିଶୋ ମୈାଜାରେ ୩୨୩ ବର୍ଗଫୁଟ ବାସପୋଯୋଗୀ ଜମି ସହିତ ପ୍ରତ୍ୟେକଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପି.ଏମ.ଏ.ୱାଇ)ରେ ୨ଲକ୍ଷ ଟଙ୍କା କରି ଯୋଗାଇ ଦିଆଯିବ । ଏହି ଆଲୋଚନା ସମୟରେ ଜିଲ୍ଲାପାଳଙ୍କ ସହିତ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ବସ୍ତି ଅଚଂଳ ସର୍ଭେ କରିଥିବା ନୀୟତି ଫାଉଣ୍ଡେସନର ହରେକୃଷ୍ଣ ପଣ୍ଡା,ପୈାରସଂସ୍ଥାର ୨ ଗୋଷ୍ଠି ସଂଗଠିକା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ