୭ ଜଣ ପୋଲିସ କର୍ମଚାରୀ ନିଳମ୍ବିତ
ଉତ୍ତରପ୍ରଦେଶ: ଉନ୍ନାଓ ଗଣଦୁର୍ଷ୍ମମ ଓ ହତ୍ୟା ମାମଲାରେ କର୍ତ୍ତବ୍ୟରତ ପୋଲିସ ବାବୁ ମାନେ କାର୍ଯ୍ୟରେ ଅବହେଳା କରିଥିବାରୁ ଉତ୍ତର ପ୍ରଦେଶ ସରକାର ଜଣେ ଥାନାଅଧିକାରୀଙ୍କ ସମେତ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ କରିଛନ୍ତି । ନିଳମ୍ବିତ ହୋଇଥିବା ପୋଲିସ ବାବୁ ମାନେ ହେଲେ ବିହାର ପୁଲିସ ଷ୍ଟେସନ ଭାରପ୍ରାପ୍ତ ଅଧିକାରୀ ଅଜୟ ତ୍ରିପାଠୀ, ଦୁଇ ଜଣ ସବ ଇନ୍ସପେକ୍ଟର ଅରବିନ୍ଦ ସିଂହ ରଘୁବଂଶୀ ଏବଂ ଶ୍ରୀରାମ ତିୱାରୀ ଓ ଅନ୍ୟ ଚାରି ଜଣ କନଷ୍ଟେବଳ ନିଳମ୍ବିତ ହୋଇଛନ୍ତି । ଉନ୍ନାଓ ପରିବାରଙ୍କୁ ସରକାରଙ୍କୁ ତରଫରୁ ୨୫ ଲକ୍ଷଟଙ୍କାର ଅନୁକମ୍ପା ରାଶି ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପରିବାରର ଜଣକୁ ଚାକିରି ଯୋଗାଇ ଦିଆଯିବ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି ।