ବିଭିନ୍ନ ଦାବିରେ କୁଷ୍ଠ ପୀଡ଼ିତ ପରିବାରଙ୍କ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବିକୁ ନେଇ ମଧୁସୂଦନ କୁଷ୍ଠ ସେବା ସମିତି ନେତୃତ୍ୱରେ କୁଷ୍ଠ ପୀଡ଼ିତଙ୍କ ପରିବାର ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସମିତିର ମୁଖ୍ୟ ତଥା ପୂର୍ବତନ ଜିଲା ପରିଷଦ ସଭ୍ୟ ବିପିନ ମାରାଣ୍ଡି ଯୋଗଦେଇ କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ବର୍ଗ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସମାଜରୁ ବାସନ୍ଦ ହୋଇ ବିଭିନ୍ନ କୁଷ୍ଠ କଲୋନୀର ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ସ୍ଥାୟୀ ଜମିପଟ୍ଟା, ବାସଗୃହ, ନିଃଶୁଳ୍କ ପାନୀୟ ଜଳ ଓ ବିଦ୍ୟୁତ ପ୍ରଦାନ, କଲୋନୀର ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାସିକ ୫ହଜାର ଟଙ୍କାର ସହାୟତା ରାଶି ସହ ୩୫ କେଜି ଚାଉଳ ପ୍ରଦାନ, ସେମାନଙ୍କ ଝିଅ ବାହାଘର ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଶ୍ରୀ ମାରାଣ୍ଡି ଦାବି କରିଥିଲେ । ଏହା ସହିତ ରାଜ୍ୟରେ ଖାଲିଥିବା ୩୫୯ଟି ଏବଂ ଭାରତ ସରକାରଙ୍କ ଦ୍ୱାରା ମଞ୍ଜୁରି ପ୍ରାପ୍ତ ୧୮୪ଟି କୁଷ୍ଠ କର୍ମୀ ପଦ ପୂବରଣ ଓ ୫ଶହ ଡ୍ରେସର ପଦ ମଞ୍ଜୁରି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ କୁଷ୍ଠ ପୀଡ଼ିତଙ୍କୁ ୪୦ ପ୍ରତିଶତ ବିକଳାଙ୍ଗ ପ୍ରମାଣପତ୍ର ପ୍ରଦାନ ପାଇଁ ସେ ଦାବି କରିଥିଲେ । ପରେ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ