କାଜୁ ତୋଟାରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା ମାଷ୍ଟରମାଇଣ୍ଡ ପୁତୁରା କୋର୍ଟଚାଲାଣ
ଗଞ୍ଜାମ, (ବିନୋଦ ପଲାଇ):ମହିଳାଙ୍କ ସୁନାଗହଣା ଲୁଟିବାପରେ ପଥରରେ ଛେଚିନିର୍ମମ ହତ୍ୟା କରିବା ଘଟଣାରେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟଆସାମୀ ପୁତୁରା ମୁନା ନାହାକକୁ ଖଲ୍ଲିକୋଟ ଜେଲପଠାଇଛି ରମ୍ଭା ପୋଲିସ । ଏନେଇ ରମ୍ଭା ଆଇଆସିସି ସ୍ୱରୂପ କିଷାନ କହିଛନ୍ତି ମୁଖ୍ୟ ଆସାମୀ ମୃତକଙ୍କ ପୁତୁରା ହେବ। ପୂର୍ବବିବାଦକୁ ନେଇ ବଡ଼ମାଆଙ୍କୁ ଏକା ହତ୍ୟା କରିଥିବା ପୁତୁରା ମୁନା ଜେରାବେଳେ ସ୍ୱୀକାର କରିବା ସହ ଲୁଟ ହୋଇଥିବା ସୁନା ଚୁଡ଼ି, ନାକଦଣ୍ଡି, କାନଫୁଲକୁ ପାଞ୍ଚହଜାର ଟଙ୍କାରେ ସଂନ୍ତୋଷ ପୁର ପଞ୍ଚାୟତର ସାନଗୋପାଳପୁର ଗ୍ରାମର ଜୈନିକ ବ୍ୟକ୍ତିକୁ ବିକ୍ରିକରିଥିବା ନେଇ କହିବା ପରେ ଉକ୍ତ ସୁନା ଗହଣା କୁ ଜବତ କରାଯାଇଥିବା ସହ କିଣିଥିବା ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡ ଘଟିବାର ୪୮ ଘଂଟା ଭିତରେ
ହତ୍ୟାକାରୀକୁ ଗିରିଫ ବାରେ ସକ୍ଷମ ହୋଇଥିବାରୁ ରମ୍ଭା ଆଇଆଇସୀଙ୍କ ବଡ଼ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଗଞ୍ଜାମ ବ୍ଳକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତ ର ବିଶିଷ୍ଟ ମୃଦଙ୍ଗ ବାଦକ ଭଗବାନ ନାହାକଙ୍କ ସ୍ତ୍ରୀ ପୁନି ନାହାକ (୬୨) ଅପରାହ୍ନ ସମୟରେ ନିଜ ଗ୍ରାମ ସ୍ଥିତ ରେଳ ଲାଇନ ପାର୍ଶ୍ୱରେ ଥିବା କାଜୁ ଜଙ୍ଗଲକୁ ଯାଇଥିବା ବେଳେ ରାତି ହୋଇଥିଲେ ସୁଧା ଘରକୁ ଫେରିନଥିଲେ।ପରେ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ନଅ ଘଣ୍ଟ ସମୟରେ ସେହି କାଜୁ ଜଙ୍ଗଲରେ ତାଙ୍କ ର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଲୋକମାନେ। ଘଟଣା ସ୍ଥଳରେ ଦେଖିଲାବେଳକୁ ମୃତ୍ ପୁନିକୁ ଏକ ପଥର ଦ୍ୱାରା ମୁଁହଁକୁ ଛେଚାଯାଇ ନିର୍ମମ ଭାବେ ହତ୍ୟା କରାଯିବା ସହ ମହିଳା ଜଣଙ୍କ ଲଗାଇଥିବା ସୁନାଚେନ, ସୁନା କଣ୍ଟି, କାନରଫୁଲ, ଦଣ୍ଡିଲୁଟି ନେଇଯାଇଥିବା ଦେଖାଯାଇଛି। ମୃତ୍ ଦେହର କିଛି ଦୂରରେ ଏକ ରକ୍ତ ଭିଜା ପଥର ପଡିରହିଥିଲା।