ଭାଗ୍ୟ ଦେଇ ଭାଗ୍ୟ ଖୋଜୁଛି ଆଠ ନମ୍ବର ୱାର୍ଡ

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ଏନ ଏ ସି ର ୦୮ ନମ୍ବର ୱାର୍ଡ ର ଅବ୍ୟବସ୍ଥା କୁ ନେଇ ବର୍ତମାନ ଏଠାକାର କାଉନ୍ସିଲର ଓ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋରଡା ଏନ ଏ ସି ବିକାଶ ପ୍ରକ୍ରିୟା ଦ୍ରୁତ ଗତି ରେ ବଢୁଥିବା ଏବେ ଏଠାକାର ନେତା ମାନେ ଯୁକ୍ତି କରୁଛନ୍ତି। ପ୍ରକୃତ ରେ ବିକାଶ ସୋରଡା ଏନ ଏ ସି ର ନା ଏଠାକାର ନେତା ଓ ଠିକ୍କାଦାର ଙ୍କ ବୋଲି ଏହି ୱାର୍ଡ ର କାଉନ୍ସିଲର ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ନିର୍ବାଚନ ରେ ଶାସକ ଦଳ ହାତ ରେ ସୋରଡା ର ୯ ଟି ୱାର୍ଡ ରହିଥିବା ବେଳେ ୦୮ ନମ୍ବର ବିଜେପି ହାତ ରେ ଓ ୦୯ ନମ୍ବର କଂଗ୍ରେସ ହାତ ରେ ରହିଛି। ସୋରଡା ଏନ ଏ ସି ରେ ସବୁ ୱାର୍ଡ ରେ ବିକାଶ ପାଇଁ କତୃପକ୍ଷ ବ୍ୟୟ ଅଟକଳ କରିଥିବା ବେଳେ ବିଜେପି ଅଧିନସ୍ଥ ୦୮ ନମ୍ବର ୱାର୍ଡ କୁ ଦ୍ରୁଷ୍ଟି ଦେବା ରେ ପଛଘୁଞ୍ଚା ଦେଉଛନ୍ତି। ଏପରିକି ଏହି ୱାର୍ଡ ରେ ବହୁ ବର୍ଷ ହେଲା ଅନେକ କାମ ଅଟକି ରହିଛି। ଶାସକ ଦଳ ହାତ ରେ ଏହି ୱାର୍ଡ ଟି ୨୦୦୮ ମସିହା ରୁ ରହିଥିଲେ ମଧ୍ୟ ଏବେ ସୁଧା ଏହି ୱାର୍ଡ ରେ ଆବଶ୍ୟକ ବିକାଶ ଦେଖିବାକୁ ମିଳୁନି । ଏହା କୁ ନେଇ ଏବେ ସହର ରେ ଅସନ୍ତୋଷ ପ୍ରକାଶ ପାଇଛି। ସୋରଡା ଏନ ଏ ସି ରେ ପ୍ରଥମ ଅଧିବେଶନ ପରେ ପ୍ରଥମ ବର୍ଷ ପାଇଁ ବ୍ୟୟ ଅଟକଳ କରାଯାଇଥିଲା କିନ୍ତୁ ୦୮ ନମ୍ବର ୱାର୍ଡ କୁ ସଂପୂର୍ଣ୍ଣ ଅବହେଳା କରଯାଇଥିଲା। ଏପରିକି ଟଙ୍କାଟିଏ ମଧ୍ୟ ବ୍ୟୟ ଅଟକଳ ରଖିନଥିଲା ଏନ ଏ ସି। ଏହା କୁ ନେଇ ପ୍ରତିବାଦ କରିଥିଲେ ଏଠାକାର କାଉନ୍ସିଲର। ପରେ ବାଙ୍କ ବଜାର ରାସ୍ତା ନିର୍ମାଣ କରିବା ପାଇଁ କାଉନ୍ସିଲର ଦାବି କରିବା ପରେ ଏବେ କିଛି ଅର୍ଥ ବ୍ୟୟବରାଦ କରିଛନ୍ତି ହେଲେ ଆରମ୍ଭ ହେଇ ପାରୁନି କାମ। ବାଙ୍କ ବଜାର ସୋରଡା ର ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏଠାରେ ସବୁଠାରୁ ଅଧିକ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଶହ ଶହ ଲୋକ ଏହି ଅଞ୍ଚଳ କୁ ଆସୁଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ଏନ ଏ ସି ର ଦ୍ରୁଷ୍ଟି ପଡୁନି। ବାଙ୍କ ବଜାର ଠାରୁ ଶିଶୁ ମନ୍ଦିର ରାସ୍ତା ସଂପୂର୍ଣ୍ଣ ବିପର୍ଜ୍ଯସ୍ତ ହୋଇଛି ହେଲେ ଏହା ମଧ୍ୟ ନିର୍ମାଣ ହେଉନି। ଏ ନେଇ ପ୍ରଶ୍ନ କଲେ ଉତର ମିଳୁଛି ଟେନ୍ଡର ସରିଛି ହେଲେ କାମ ହୋଇନି। କହିବାର କଥା ଯଦି ଟେନ୍ଡର ସରିଛି ତେବେ ଦୁଇବର୍ଷ ହେଲା କାମ ନହେବା ପଛରେ କାରଣ କଣ ରହିଛି ଏବଂ ଠିକାଦାର ପ୍ରତି ଏତେ ପ୍ରିୟାପ୍ରୀତି ଦେଖାଇବା ପଛରେ ଏନ ଏ ସି ର କଣ ଲାଭ ତାହା ଏବେ ସାଧାରଣ ରେ ଏକ ପ୍ରଶ୍ନ। ଏଠାକାର ପରିମଳ ବ୍ୟବସ୍ଥା କହିବା ବୋଧେ ଭୁଲ ହେବ। ବର୍ଷ ବର୍ଷ ଧରି ଏଠାକାର ନାଳ ନର୍ଦମା ରୁ ପଙ୍କ ବାହାରି ପାରୁନି। ବର୍ଷା ହେଲେ ବଙ୍କା ବଜାର ରାସ୍ତା ଉପରେ ଆଁଠୁଏ ନାଳ ପଣି ଭାସୁଛି। ପଙ୍କ ପାଣି ରେ ରାସ୍ତା ବୁଡୁଛି ତଥାପି ଏଠାରେ ଏନ ଏ ସି ସ୍ଵଛତା ର ଡିଣ୍ଡିମ ପିଟୁଛି। ଏ ସବୁ କୁ ଛାଡିଦେଲେ ଏହି ୱାର୍ଡ ରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଟିଏ ମଧ୍ୟ ନିର୍ମାଣ ହୋଇନି। ୯ ନମ୍ବର ଅଙ୍ଗନବାଡି କେନ୍ଦ୍ର ରେ ୦୮ ୱାର୍ଡ ର କେନ୍ଦ୍ର ଚାଲିଛି। ଏପରି ସ୍ଥିତି ରେ ଏହି ୱାର୍ଡ ସଂପୂର୍ଣ୍ଣ ଅବହେଳା ପରି ରହିଛି। ସୋରଡା ବିଧାୟକ ପ୍ରଥମେ ଏନ ଏ ସି ନିର୍ବାଚନ ଲଢିବା ବେଳେ ବିଜେଡି ରୁ ବିଜୟ ହୋଇ ପରିଷଦ ଗଠନ କରିଥିଲେ। ଏବେ ବିଧାୟକ ପୂର୍ଣ୍ଣ ସ୍ଵାଇଁ ୩ ଥର ବିଧାୟକ ହୋଇ ସାରିଲେଣି। ଗୋଟିଏ ଥର ଏନ ଏ ସି ଅଧକ୍ଷ୍ୟ ରହିଥିବା ବେଳେ ଦ୍ଵିତୀୟ ଥର ସ୍ତ୍ରୀ ସଙ୍ଘମିତ୍ରା ସ୍ଵାଇଁ ଅଧକ୍ଷ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଦୁଇ ଦୁଇ ଥର ଏନ ଏ ସି ପରିଷଦ ହାତରେ ରହିଥିବା ବେଳେ ଏବେ ୩ ଥର ବିଧାୟକ ତଥାପି ଏହି ୱାର୍ଡ ଏବେ ଅବହେଳିତ ହୋଇ ରହିଛି। ଯେଉଁ ସବୁ ୱାର୍ଡ ବିଧାୟକ କୁ ପ୍ରଥମେ ରାଜନୀତି ର ପରିଚୟ ଦେଇ ଜିତାଇ ଥିଲେ ଏବଂ ବିଧାୟକ ହେବା ପାଇଁ ଭାଗ୍ୟ ପ୍ରଶସ୍ତ କରିଥିଲେ ଏବେ ସେଇ ୱାର୍ଡ ନିଜ ବିକାଶ ର ଭାଗ୍ୟ ଖୋଜିବା ରେ ଲାଗିଛି। ଏବେ ଏହା ଲୋକ କଥା ହେଲାଣି ଯେ ଭାଗ୍ୟ ଦେଇ ଏବେ ଭାଗ୍ୟ ଖୋଜୁଛି ୦୮ ୱାର୍ଡ। ଆଶା ଓ ବିଶ୍ବାସ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେଇ ଏଠାକାର ବିକାଶ ପ୍ରତି ଧ୍ୟାନଦେଲେ ଲୋକେ ଉପକୃତ ହେବେ। ୦୮ ୱାର୍ଡ ର ବିକାଶ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ଜିଲ୍ଲାପାଳ ଇଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବ ବୋଲି ଏହି ୱାର୍ଡ ର କାଉନ୍ସିଲର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ