ମହିଳା ଙ୍କ ପିଠିରୁ ୩୦୦ ଗ୍ରାମର ମାଂସ ଗୁଳା ବାହାରିଲା
ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ସରକାରୀ ଡାକ୍ତରଖାନାରେ ମଙ୍ଗଳବାର ଏକ ବିରଳ ଅସ୍ତ୍ରୋପଚାର ଦୀର୍ଘ ୩ ଘଣ୍ଟା ରେ ସଫଳ ହୋଇଛି । ଧରାକୋଟ ବ୍ଲକ ଶିଙ୍ଗିପୁର ଗ୍ରାମର ବାଉରୀ ଗଉଡ ଙ୍କ ସ୍ତ୍ରୀ ଗୋଲାପ ଗଉଡ ୫୨ ଙ୍କ ପିଠି ରେ ୧୦ ବର୍ଷ ହେଲା ମାଂସ ଗୁଲା ବଢି ବଢି ଚାଲିଥିଲା । ସୋରଡା ମେଡିକାଲ ରେ ଏହାର ଅସ୍ତ୍ରୋପଚାର ହୋଇପାରିବ ବୋଲି ଶୁଣି ଏଠାରେ ପହଞ୍ଚି ଥିଲେ ଅପରାହ୍ନରେ । ଡାକ୍ତର ସନ୍ତୋଷ କୁମାର ପଣ୍ଡା ,ଫର୍ମଶିଷ୍ଟ ସୁନିଲ ସାମନ୍ତରାୟ ସମେତ ନର୍ସ ମାନଙ୍କୁ ନେଇ ଏକ ଟିମ ସନ୍ଧ୍ୟାରେ ସଫଳ ତାର ସହ ୩୦୦ ଗ୍ରାମ ଓଜନର ମାଂସ ଗୁଲା କୁ ବାହାର କରିଛନ୍ତି । ସ୍ଵାମୀ ବାଉରୀ ଗରିବ ଶ୍ରେଣୀର ହୋଇଥିବା ବେଳେ ମାଗଣାରେ ଏହି ସେବା ପାଇ ଆନନ୍ଦ ଅନୁଭବ କରିଥିବା ଦେଖାଯାଇଛି । ବର୍ତ୍ତମାନ ଏଠାରେ ଏପରି ୧୦୦ ରୁ ଉର୍ଦ୍ଧ ଜଟିଳ ଅସ୍ତ୍ରୋପଚାର ଡାକ୍ତର ପଣ୍ଡା କରିସାରିଲେଣି ।


