ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ଡିଷ୍ଟ୍ରିକ୍ଟ ୩୨୬୨ ତରଫରୁ ଫୋରୱେ ଟେଷ୍ଟ ସେମିନାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ଡିଷ୍ଟ୍ରିକ୍ଟ ୩୨୬୨ ତରଫରୁ ଖଣ୍ଡଗିରୀସ୍ଥିତି ହୋଟେଲ ଏ.ଏସ୍ ଲାଗୁନ ପରିସରରେ ଫୋରୱେ ଟେଷ୍ଟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସେମିନାରକୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିୟାନ ପ୍ରଭୁଦତ୍ତ ସୁବୁଦ୍ଧି ଏବଂ ଫାଷ୍ଟ ଲେଡି ମଞ୍ଜୁଳା ସୁବୁଦ୍ଧି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଏହି ଫୋରୱେ ଟେଷ୍ଟ ବିଷୟରେ ଅଭିଭାଷଣ ରଖିଥିଲେ । ଉକ୍ତ ସେମିନାରରେ ପିଡ଼ିଜି ରୋଟାରିୟାନ ଅଶ୍ୱିନୀ କର, ପିଡ଼ିଜି ରୋଟାରିୟାନ ଶିବବ୍ରତ ଦାସ ଫୋରୱେ ଟେଷ୍ଟର ଉପଯୋଗ ଏବଂ ଏହାର ଉପକାରିତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟଯୋଗିନୀ ବ୍ରହ୍ମାକୁମାରୀ ଗୀତା ଭଉଣୀ ରୋଟାରିୟାମାନଙ୍କୁ ଆଧ୍ୟାତ୍ମିକ ଭାଷଣ ପ୍ରଦାନ କରିଥିଲେ । ଏହି ସେମିନାରରେ ବିଜିଇ ଜୟଶ୍ରୀ ମହାନ୍ତି, ବିଜିଏନ୍ ୟାଗ୍ନାସିସ ମହାପାତ୍ର, ବିଜିଏନ୍‌ଡି ମନୋଜ ତ୍ରିପାଠୀ, ପିଡ଼ିଜି ଭବାନୀ ଚୌଧୁରୀ, ପିଡ଼ିଜି ଶାନ୍ତନୁ ପାଣି, ଡିଷ୍ଟ୍ରିକ୍ଟ ଏକଜ୍ୟୁଟିଭ ସେକ୍ରେଟାରୀ ପି.ଭି. ବିଜୟ, ୩୨୬୨ ଡିଷ୍ଟ୍ରିକ୍ଟର ବିଭିନ୍ନ ରୋଟାରୀ କ୍ଲବ ପ୍ରେସିଡ଼େଣ୍ଟ, ସେକ୍ରେଟାରୀ, ଆସିଷ୍ଟାଣ୍ଟ ଗଭର୍ଣ୍ଣର, ଜୋନାଲ ଚେୟାର ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇ ଫୋରୱେ ଟେଷ୍ଟ ବିଷୟରେ ଆଲୋକପାତ କରିଥିଲେ । ସେଣ୍ଟିନିଆଲ ତରଫରୁ ଫୋରୱେ ଟେଷ୍ଟର ଚେୟାରମ୍ୟାନ ରୋଟାରିୟାନ ଶୁଭକାନ୍ତ ସାମନ୍ତସିଂହାର ଏହି ସେମିନାରକୁ ପରିଚାଳନା କରିଥିଲେ । ଏହି ସଭାର ସଭାପତି ଶିଶିର ମହାପାତ୍ର ଓ ସମ୍ପାଦକ ଦେବାଶିଷ ଖଣ୍ଡୁଆଳ, ସ୍ମିତା ଶତପଥି, ସାକ୍ୟସିଂ ଷଡ଼ଙ୍ଗୀ, ତୃପ୍ତି, ବିଶ୍ୱ, ସୋନାଲି ରଥ, ରଣଜିତ ସାମନ୍ତରାୟ, ଅଶୋକ ବେହେରା, ପ୍ରଭାତ ମହାନ୍ତି, ଗୀତାଞ୍ଜଳି ମହାନ୍ତି, ଉଦୟନାଥ ସାହୁ, ରୂପକ ମହାପାତ୍ର, ହେମନ୍ତ ମାର୍ଥା, ଶିବ ଶତପଥି, ଦିଲ୍ଲୀପ ପାତ୍ର, କେ.ସି. ଦାସ ପ୍ରମୁଖ ସେମିନାରରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଆଗାମୀ ଦିନରେ ଫୋରୱେ ଟେଷ୍ଟକୁ ଜନାଦୃତ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ