ଗଜପତିରେ ପୁଣି ୧୦ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡିଲା ପ୍ରଶାସନ

ପାରଳାଖେମୁଣ୍ଡି,(ତାରେଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲାରେ ପୁଣି ୧୦ କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଥିବା ଜଣାଯାଇଛି ।ଏହି ଜିଲ୍ଲାର ନୂଆଗଡ ବ୍ଲକ ତଥା ଆର୍‌,ଉଦୟଗିରି ଥାନ ଅନ୍ତର୍ଗତ ଅନୁପୁର ଗ୍ରାମରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନାମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏହି ମିଳିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ସେଠାରେ ପ୍ରାୟ ୫୧ ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୨ ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୧୦.୨୦ କୋଟି ଟଙ୍କାରୁ ଉର୍ଦ୍ଦ ହେବ ବେଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ