୩୭ଠ ଧାରା ହଟିଲେ ଭାରତ ସହ ଜାମ୍ମୁ-କାଶ୍ମୀର ସମ୍ପର୍କ ଶେଷ 

ଶ୍ରୀନଗର(ଏଜେନ୍ସି): ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଅନୁଚ୍ଛେଦ ୩୭ଠକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ମେହବୁବା କହିଛନ୍ତି, ଯଦି ଧାରା ୩୭ଠକୁ ହଟାଇ ଦିଆଯାଏ ତାହେଲେ ଭାରତ ସହ ଜାମ୍ମୁ-କାଶ୍ମୀରର ସମସ୍ତ ସମ୍ପର୍କ ଶେଷ ହୋଇଯିବ । ଧାରା ୩୭ଠ ଅନୁଯାୟୀ ଜାମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି ।
ମେହବୁବା କହିଛନ୍ତି, ଯଦି ଧାରା ୩୭ଠକୁ ଜାମ୍ମୁ-କାଶ୍ମୀରରୁ ହଟାଇ ଦିଆଯାଏ, ମୁସ୍ଲିମ୍ ବହୁଳ ରାଜ୍ୟ ଭାରତ ସହ ମିଶି ରହିବାକୁ ପସନ୍ଦ କରିବ ନାହିଁ । ଭାରତ ସହ ଜାମ୍ମୁ-କାଶ୍ମୀର ସମ୍ବନ୍ଧକୁ ପୁଣିଥରେ ସଂଗଠିତ କରିବାକୁ ପଡ଼ିବ । ଯେଉଁଥିରେ ଅନେକ ସର୍ତ୍ତ ରହିବ । ଏହାଦ୍ୱାରା କ’ଣ ମୁସ୍ଲିମ୍ ବହୁଳ ରାଜ୍ୟ, ଆପଣଙ୍କ ସାଥୀରେ ରହିବାକୁ ଚାହିଁବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ମଧ୍ୟ ମେହବୁବା ମୁଫ୍ତି ସମ୍ବିଧାନର ଅନୁଚ୍ଛେଦ ୩୫ ଏ ଓ ଅନୁଚ୍ଛେଦ ୩୭ଠକୁ ନେଇ ବିବାଦୀୟ ବୟାନ ଦେଇ ଆସିଛନ୍ତି । ଏପରିକି ଯଦି ଅନୁଚ୍ଛେଦ ୩୫ଏ ହଟାଇ ଦିଆଯାଏ ତେବେ କାଶ୍ମୀର ଲୋକ ତ୍ରିରଙ୍ଗା ବଦଳରେ କେଉଁ ପତାକା ଉଠାଇ ଦେବେ ତାହା ତାଙ୍କୁ ଜଣାନାହିଁ । ୧୯୪୭ରୁ ଯାହା ହୋଇନାହିଁ ତାହା ଦେଖିବାକୁ ପଡ଼ିପାରେ ବୋଲି ମଧ୍ୟ ସେ ଧମକ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ