ବଜ୍ରପାତରେ ଭାଉଜ ମୃତ୍ୟୁ ଓ ନଣନ୍ଦ ଗୁରୁତର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତର ବେଲପୁର ଗ୍ରାମରେ ମଇ ୧୭ ତାରିଖ ଅପରାହ୍ନ ୫ ଟା ସମୟରେ ବଜ୍ରପାତରେ ଭାଉଜ ମୃତ୍ୟୁ ମୁଖରେ ପଡିଥିବା ବେଳେ ନଣନ୍ଦ ଗୁରୁତର ଆହତ ହୋଇଥିବା ଜଣାପଡିଛି। ନିଜ ଚାଷ ଜମିରେ ଭାଉଜ ଗୀତାଞ୍ଜଳୀ ସ୍ବାଇଁ ଓ, ନଣନ୍ଦ ଝୁନୁ ସ୍ବାଇଁ ଚିନାବାଦାମ ଫସଲ ଅମଳ କରୁଥିବା ବେଳେ ବର୍ଷା ପବନ ଆରମ୍ଭ ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତ ସଂସ୍ପର୍ଶରେ ଭାଉଜ ଓ ନଣନ୍ଦ ଦୁହେଁ ଜମିରେ ପଡିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଉଭୟଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରି ଭାଉଜ ଗୀତାଞ୍ଜଳୀଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ନଣନ୍ଦ ଝୁନୁ ସ୍ୱାଇଁଙ୍କ ହାତ କାମ କରୁନଥିବା ଜଣାପଡିଛି। ଖବର ପାଇ ବୁଗୁଡା ପୋଲିସ ପହଞ୍ଚି ଶବ ଜବତ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଥିବା ବେଳେ ବେଲପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ