ଦିଗପହଣ୍ଡି ବ୍ଳକରେ ୯୮.୮୬ ପ୍ରତିଶତ ରଖି ଟପ୍ପର ହେଲେ ବିଭୂଦତ୍ତ ଓ ଶିବାନନ୍ଦ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ପାସହାର ୯୮.୮୬ ପ୍ରତିଶତ ରହିଥିବା ଜଣାପଡିଛି । ତେବେ ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨ ଛାତ୍ର ବିଭୂଦତ୍ତ ପଟ୍ଟନାୟକ ଏବଂ ଶିବାନନ୍ଦ ଦାସ ଉଭୟ ସମୁଦାୟ ୬୦୦ ମାର୍କରୁ ସମାନ ସଂଖ୍ୟକ ୫୭୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ଖବରନୁଯାୟୀ , ଚଳିତ ବର୍ଷ ବ୍ଳକର ୨୧୯୫ ଜଣ ଛାତ୍ରୀ ଛାତ୍ର ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୧୭୦ ଜଣ ପାସ୍ ହୋଇଥିବା ବେଳେ ୨୫ ଜଣ ଫେଲ ହୋଇଥିବା ଜଣାପଡିଛି । ତେବେ ଏ – ୧ ଗ୍ରେଡ ନମ୍ବର ରଖିଥିବା ୧୦ ଜଣଙ୍କ ମଧ୍ୟରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଥମ ୮ ଜଣଙ୍କ ନାମ ରହିଥିବା ଜଣାପଡିଛି । ବିଭୂଦତ୍ତ ଓ ଶିବାନନ୍ଦ ସମେତ ଏସ୍ . ସନ୍ଦିପ କୁମାର (୫୭୫) , କେ . ପ୍ରତ୍ୟୁଷା ଦୋରା ( ୫୫୬) , ତାରାପ୍ରସାଦ ସାହୁ ( ୫୫୧) , ରାଜେଶ ପଣ୍ଡା ( ୫୫୦) , ସୌମ୍ୟଜିତ ପଣ୍ଡା ( ୫୪୮) , ସୃଷ୍ଟିଶ୍ରୀୟା ନାହାକ (୫୪୧ ) ନମ୍ବର ରଖିଥିବା ବେଳେ ବମକୋଇ ସ୍ଥିତ ଶିବାନନ୍ଦ ନୋଡାଲ ସରକାରୀ ହାଇସ୍କୁଲର ସତ୍ୟପ୍ରିୟ ପ୍ରଧାନ ଓ ଖମ୍ବାରୀ ଗାଁ ସ୍ଥିତ ଉଜ୍ଜଳେଶ୍ବର ବିଦ୍ୟାପୀଠର ବର୍ଷାରାଣୀ ନାୟକ ଉଭୟ ୫୪୦ ମାର୍କ ରଖିଛନ୍ତି । ଏଥିସହ ବ୍ଳକରେ ଏ – ୨ – ୧୧୦ , ବି ୧ -୨୩୬ , ବି ୨ – ୪୧୬ , ସି- ୫୯୮ , ଡି – ୫୦୪ ଏବଂ ଇ- ଗ୍ରେଡରେ ୨୯୬ ଛାତ୍ରୀ ଛାତ୍ର ପାସ୍ ହୋଇଥିବା ଦିଗପହଣ୍ଡି ବ୍ଳକ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ଠାରୁ ସୂଚନା ମିଳିଛି । ଦିଗପହଣ୍ଡି ଶିଶୁ ବିଦ୍ୟା ମନ୍ଦିରର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ ଟପ୍ପର ହୋଇଥିବା ୨ ଛାତ୍ର ବିଭୂଦତ୍ତ ଓ ଶିବାନନ୍ଦ ଙ୍କ ସମେତ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ର ଙ୍କ ସମେତ ସମସ୍ତ ଆଚାର୍ଯ୍ଯା ଆଚାର୍ଯ୍ୟ ଶୁଭକାମନା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ତେବେ ଶିଶୁ ବିଦ୍ୟାମନ୍ଦିର ର ଏଭଳି ସଫଳତା ପାଇଁ ବିଦ୍ୟାମନ୍ଦିର ର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ , ଟ୍ଯୁସନ ଶିକ୍ଷକ , ମାଆ ବାପା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରେରଣା ଫଳରେ କୃତିତ୍ୱ ହାସଲ କରିପାରିଥିବା ଛାତ୍ରୀ ଛାତ୍ର ମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ବ୍ଲକ ଶିକ୍ଷାଧିକାରୀ ଙ୍କ ସମେତ ଏବିଇଓ ବାଳା ମାଝୀ , ବିଶ୍ରବା ପାଇକ ଏବଂ ରସାନନ୍ଦ ଘଡେଇ ଙ୍କ ସମେତ ବିଦ୍ଯାଳୟ ପ୍ରଧାନଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକ ଏବଂ ସିଆରସିସି ମାନେ ସମସ୍ତ ଛାତ୍ରୀ ଛାତ୍ରଙ୍କୁ ଶୁଭକାମନା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।


