ମାଟ୍ରିକ ଫଳାଫଳ ରେ ଅନସ୍ଲୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିଲା ଶତ ପ୍ରତିଶତ ସଫଳତା

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିଲା ଶତ ପ୍ରତିଶତ ପାସ୍ ହାର । ଚଳିତ ବର୍ଷ ୧୨୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଫଳାଫଳ ପାଇଁ ଫର୍ମ ପୂରଣ କରିଥିବା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା ସୂଚନା ଦେଇଛନ୍ତି । ପରୀକ୍ଷା ଦେଇଥିବା ୧୨୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ୧୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଏ୧ ଗ୍ରେଡ ରଖି ପାସ ହୋଇଥିବା ବେଳେ ୪ ଜଣ ଏ୨, ୨୦ ଜଣ ବି୧, ୪୧ ଜଣ ବି୨, ୩୫ ଜଣ ସି ଗ୍ରେଡ୍‌, ୧୫ ଜଣ ଡି ଗ୍ରେଡ ଏବଂ ୪ ଜଣ ଇ ଗ୍ରେଡ ରଖି କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଏଭଳି ଫଳାଫଳ ହୋଇଥିବାରୁ ବେଶ୍ ଖୁସି ଅଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ