କୁଶଭଦ୍ରା ଓ ଧନୁଆଁ ନଦୀ ପରିଦର୍ଶନ କଲେ ବିଜୟ ମହାପାତ୍ର

ନିମାପଡ଼ା, (ସନ୍ତୋଷ ଦାଶ):ସମଗ୍ର ପୁରୀ ଜିଲ୍ଲା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ।ବନ୍ୟା ଓ ବାତ୍ୟା ପ୍ରବଣ ଜିଲ୍ଲା ହୋଇଥିବାରୁ ବନ୍ୟା ନିୟନ୍ତ୍ରଣ, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ରେ ପ୍ରତିବର୍ଷ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଥାନ୍ତି । କିନ୍ତୁ ନିର୍ଦ୍ଧିଷ୍ଟ ସଂସ୍ଥା ବା ବ୍ୟକ୍ତିବିଶେଷ ମାନେ ହିଁ ଉପକୃତ ହୋଇଥାନ୍ତି ।ଏହା ଦ୍ଵାରା କେବଳ ସରକାର ଙ୍କର ଅର୍ଥ ମାଟିରେ ଫୋତି ହୁଏ ଆଉ ପାଣିରେ ଭାସେ କିନ୍ତୁ କୌଣସି ସ୍ଥାୟୀ ପ୍ରତିକାର ହୋଇ ପାରିନାହିଁ । ଗୁରୁବାର ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ କୁମାର ମହାପାତ୍ର ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହିତ କୁଶଭଦ୍ରା ଓ ଧନୁଆଁ ନଦୀ ପରିଦର୍ଶନ କରି ଏହାର ବନ୍ଧବାଡ ର ଅବସ୍ଥା ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ। ଉଭୟ ନଦୀ ରେ ବନ୍ୟା ନିୟନ୍ତ୍ରଣ କରିବାରେ ସ୍ଥାନୀୟ ଲୋକପ୍ରତିନିଧି ଓ ଜଳ ସମ୍ପଦ ବିଭାଗ ବିଫଳ ହୋଇଛି। ଯାହାଫଳରେ କି ପ୍ରତିବର୍ଷ ନଦୀ କୂଳରେ ବସ ବାସ କରୁଥିବା ଚାଷୀ ହତାଶ ହେବା ସହିତ ଗରିବ ଓ ଦିନ ମଜୁରିଆଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ ହୋଇପଡ଼ୁଛି । ଧନୁଆଁ ବନ୍ୟାର ନିୟନ୍ତ୍ରଣ ପାଇଁ ଅଚ୍ୟୁତପୁର ଓ ଭଇଁଚୁଆ କାଜ ର ସୁଦୃଢ କାର୍ଯ୍ଯ ହେବା ସହିତ କେମିତି ଉକ୍ତ ଅଞ୍ଚଳ ରେ ସଂପୂର୍ଣ୍ଣ ଭାବେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ସେଥିପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଘଟଣା ର ଅନୁଧ୍ୟାନ କରିଥିଲେ। ପ୍ରାଚୀ ଓ କାଦୁଆ ନଦୀ ଡ୍ରେନର ମଧ୍ୟ୍ୟ କିଛି ଅଂଶ ବୁଲି ଜଳ ନିଷ୍କାସନ ଓ ତାରପୁନଃଉଦ୍ଧାର କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇବା ସହ ଦରକାର ପଡ଼ିଲେ ଓଡିଶା ହାଇକୋର୍ଟ ର ଆଶ୍ରୟ ନେବେ ବୋଲି ଶ୍ରୀ ମହାପାତ୍ର ଗଣ ମାଧ୍ୟମ କୁ କହିଲେ । ତାଙ୍କ ସହିତ ନିମାପଡା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ବେଣୁଧର ସେଠୀ, ବିଜେପି ର ଯୁବ ନେତା ପ୍ରଶାନ୍ତ କୁମାର ସ୍ୱାଇଁ, ସତ୍ୟଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ, ପ୍ରଭୃତି ବରିଷ୍ଟ ନେତା ଓ କର୍ମୀ ଗ୍ରସ୍ତ କରିଥିଲେ । ଗୋପ ରେ ପହଁଚିଲା ପରେ ଗୋପ ଜଳସେଚନ ଡାକ ବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇ, ରାଜ୍ୟ ସରକାର ଙ୍କୁ ବନ୍ୟା ନିୟନ୍ତ୍ରଣ ରେ ବିଫଳ ହୋଇଥିବାରୁ ତୀବ୍ର ସମାଲୋଚନା କରିଥିଲେ l ନଦୀ କୁ କିପରି ମାରିଦିଆଯାଉଛି ସେ ସମ୍ପର୍କ ରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ ।ତାପରେ ଗୋପ ସେନାପତି ସାହିର ଛାତ୍ର ନେତା ପୁନେଶ କୁମାର ସେନାପତି ଙ୍କ ବାସଭବନ ରେ ମଧ୍ୟାହ୍ନ ଭୋଜନ କରି ଭୁବନେଶ୍ଵର ଫେରି ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ