ହିଞ୍ଜିଳିକାଟୁ ବ୍ଳକରେ ପାସ ହାର ୯୯.୭୬%, ଏ-୧ରେ ୧୨ ପରିକ୍ଷାର୍ଥୀ
ହିଞ୍ଜିିଳିକାଟୁ, (ଶେଷଦେବ ସାହୁ):ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୯୬.୪ % ରହିଥିବା ବେଳେ ହିଞ୍ଜିଳିକାଟୁ ବ୍ଳକରେ ପାସ ହାର ୯୯.୭୬ % ରହିଛି । ଚଳିତ ବର୍ଷ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ହିଞ୍ଜିଳିକାଟୁ ବ୍ଳକର ୨୬ ଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୭୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୬୬ ଜଣ ପାସ କରିଥିବା ବେଳେ ୮ ଜଣ ଫେଲ୍ ହୋଇଛନ୍ତି । ସେଥି ମଧ୍ୟରୁ ଏ-୧ରେ ୧୨ଜଣ , ଏ-୨ରେ ୧୨୪, ବି-୧ରେ ୨୧୧, ବି-୨ରେ ୩୨୭, ସି ଗ୍ରେଡ଼୍ରେ ୪୭୩,ଡ଼ି ଗ୍ରେଡ଼ରେ ୩୯୭, ଇ ଗ୍ରେଡ଼ରେ ୨୨୨ ପରୀକ୍ଷାର୍ଥ ଉତ୍ତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ.ଗିରିଧର ସୂଚନା ପ୍ରଦାନ କରିଛନ୍ତି । ହଞ୍ଜିିଳିକାଟୁ ପୌରାଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪ ଜଣ ଶିକ୍ଷାର୍ଥୀ ଏ-୧ ରେ ପାସ କରିଛନ୍ତି । ସେମାନେ ହେଲେ ଶ୍ରୀୟାଂଶୁ ରଥା- ୫୫୮ ମାର୍କ, ପ୍ରୀତିପ୍ରଭା ମହାନ୍ତି-୫୫୩ ମାର୍କ, ଶିବରାମ ପଣ୍ଡା ଓ ବିମିମୋଶ ପରିଡା ଉଭୟେ ୫୪୦ ମାର୍କ ରଖିଛନ୍ତି । ସେହିପରି ଗଣ୍ଡଳା ଗଣେଷ ବିଦ୍ୟାପିଠର ୩ ଜଣ ଛାତ୍ରୀ ଏ-୧ରେ ଆୟୁସ୍ମିତା ନାହାକ ୫୫୨ ଓ ପ୍ରିତି ସାହୁ ୫୪୬ ଓ ଆକାଂକ୍ଷା ସାବତ ୫୪୦ ମାର୍କ ରଖିଛନ୍ତି । ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ପରୀକ୍ଷାର୍ଥୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ୫୪୩ ଓ ସୁଜ୍ଞାନୀ ମହାରଣା ୫୪୦ ମାର୍କ ରଖିଛନ୍ତି । କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ବର୍ଷା ମହାନ୍ତି ୫୪୦ ମାର୍କ ଓ ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ସୌମ୍ୟରାଣୀ ଗୌଡ ୫୪୦ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ଲାଭ କରିଛନ୍ତି । ବୁରୁପୋଡା ଭଗବତି ବିଦ୍ୟାପିଠରେ ଏ-୧ରେ ଜଣେ ଛାତ୍ର ପ୍ରସାଦ ପାତ୍ର ୫୪୭ ମାର୍କ ରଖିଥିବା ବେଳେ ୯୬ ରୁ ୯୫ ପାସ ହୋଇଛନ୍ତି । ଦୟାନିଧିପୁର ସଂସ୍କୃତ ବିଦ୍ୟାଳୟର ୪ରୁ ୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ସରକାରୀ କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରେ ୮୭ରୁ ସମସ୍ତ, ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୧୩ ରୁ ୩୧୧, ଏନଏସି ଉଚ୍ଚ ବିଦ୍ୟାଳୟରେ ୪୫ରୁ ସମସ୍ତ, ଆଙ୍କୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୩୩ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଏ- ୧ ରେ ୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଗଣ୍ଡଳା ଗଣେଷ ବିଦ୍ୟାପିଠର ୧୦୧ ରୁ ସମସ୍ତ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠର ୩୩ ରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଛନ୍ତି । ସାରୁ ହାଇସ୍କୁଲର୪୫ ରୁ ସମସ୍ତେ ପାସ କରିଛନ୍ତି । ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠର ୧୦୭ ରୁ ସମସ୍ତେ ପାସ କରିଛନ୍ତି । ସାପୁଆପଲ୍ଲୀ ହାଇସ୍କୁଲର ୪୭ ରୁ ୪୬ ପାସ କରିଛନ୍ତିି । ଖଣ୍ଡରା ହାଇସ୍କୁଲର ୨୩ ରୁ ସମସ୍ତେ ପାସ କରିଛନ୍ତି । ଡ଼ି. ପାଟପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୪୩ ରୁ ୪୨ ପାସ କରିଛନ୍ତି । ନନ୍ଦିକ ହାଇସ୍କୁଲର ୫୬ ରୁ ୫୬ ପାସ କରିଛନ୍ତି । ଦୟାପଲ୍ଲୀ ଉଚ୍ଚ ବିଦ୍ୟାଳୟର ୨୩ ରୁ ୨୩ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ବାଳକୃଷ୍ଣପୁର ଉଚ୍ଚ ବିଦ୍ୟାଳୟରେ ୩୪ ରୁ ୩୩, ସାହାପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୫୪ ରୁ ୫୪, ମକରଝୋଳ ଉଚ୍ଚ ବିଦ୍ୟାଳୟରେ ୪୧ ରୁ ୪୧, ଦୁର୍ବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୮୪ ରୁ ୮୪, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ୯୦ ରୁ ୮୮, ଆଲପୁର ଉଚ୍ଚ ବିଦ୍ୟାଳୟରେ ୮୨ରୁ ୮୨, ଭାବନ୍ଧ ଜେସିସି ଉଚ୍ଚ ବିଦ୍ୟାଳୟରେ ୩୮ ରୁ ୩୮, ବେଲଗାଁ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ୩୬ରୁ ୩୬, ଖରିଡା ଉଚ୍ଚ ବିଦ୍ୟାଳୟରେ ୪୨ ରୁ ୪୨, ଶାସନଆମ୍ବଗାଁ ବୃନ୍ଦାବନ ନାୟକ ଉଚ୍ଚ ବିଦ୍ୟାଳୟରେ ୯୪ ରୁ ୯୪ ଏବଂ ପୋଚିଲିମା ଉଚ୍ଚ ବିଦ୍ୟାଳୟର ୨୩ରୁ ସମସ୍ତ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ଲାଭ କରିଥିବା ବିଇଓ ଏସ. ଗିରିଧରଙ୍କ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟ ପାସ୍ ହାର ଠାରୁ ହିଞ୍ଜିଳିକାଟୁ ବ୍ଳକମରେ ପାସ୍ ହାର ଅଧିକ ରହିଥିବା ବେଳେ ସ୍ଥାନୀୟ ବ୍ଳକର ୧୨ ଜଣ ପରି%ାର୍ଥୀ ୯୦% ରୁ ଅଧିକ ମାର୍କ ରଖି ଏ-୧ ଗ୍ରେଡରେ ଉର୍ତ୍ତୀର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।


