ସାନଖେମୁଣ୍ଡି ବ୍ଳକର ୬୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ଙ୍କ ଅଭିଯୋଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶିକ୍ଷା ବିଭାଗ ଏବେ ଦୁର୍ନୀତି ଆଡ଼କୁ ଟାଣିହୋଇଛି। ଶିକ୍ଷା ର ମାନ ବୃଦ୍ଧି ପରିବର୍ତ୍ତେ ଶିକ୍ଷା ବିଭାଗ କଳୁଷିତ ହେଉଛି। ଜାଲ ସାର୍ଟିଫିକେଟ ଦେଇ ବର୍ଷ ବର୍ଷ ଧରି ଶିକ୍ଷକତା କରିଥିଲେ ମଧ୍ୟ ବିଭାଗ ଜାଣି ଶୁଣି ଚୁପ ରହିବା ବିଭାଗ ର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏଭଳି ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି ଜଣେ ସାମାଜିକ କର୍ମୀ। ସାନଖେମୁଣ୍ଡି ବ୍ଲକର ୬୧ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଥିବା।ଜଣାପଡ଼ିଛି । ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି । ୨୦୧୯ ଠାରୁ ପର୍ଯ୍ଯାୟ କ୍ରମେ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି । ୯୬ ଜଣଙ୍କ ନମରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ୪୭ ଜଣ ବହିଷ୍କୃତ ହୋଇଛନ୍ତି । ୩୦୦ରୁ ଉର୍ଦ୍ଧ୍ବ ଯାଞ୍ଚ ଅବସ୍ଥାରେ ରହିଛି । ଗଞ୍ଜାମ ଜିଲ୍ଲାରେ ତଦନ୍ତ ମନ୍ଥର ଗତିରେ ଚାଲିଥିବା ନେଇ ଅଭିଯୋଗ ଆଣିଛନ୍ତି । ଶ୍ରୀ ମହାନ୍ତି ସାନଖେମୁଣ୍ଡି ବ୍ଲକର ୬୧ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ତଦନ୍ତ କରି ସେଥି ମଧ୍ଯରୁ ଯେଉଁମାନଙ୍କ ଜାଲ୍ ଚିହ୍ନଟ ହେବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ, ଓପେପା, କ୍ରାଇମବ୍ରାଞ୍ଚ, ଏସପି ଭିଜିଲାନ୍ସ, ଏସପି ଗଞ୍ଜାମ, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ୪ ବର୍ଷ ରୁ ଉର୍ଦ୍ଧ ସମୟ ଧରି ତଦନ୍ତ ଚାଲିଛି । ରାଜନୈତିକ ଓ ଅର୍ଥନୈତିକ ଚାପ ରହୁଥିବାରୁ ତଦନ୍ତ ବାଟବଣା ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଡିଇଓ ଗଞ୍ଜାମ ଜିଲ୍ଲାର ବାସିନ୍ଦା। ସେ ପୂର୍ବରୁ ଡିପିସି ଦାୟିତ୍ବରେ ଅଛନ୍ତି । ଡିଇଓ ଗଞ୍ଜାମ ଜିଲ୍ଲାର ହୋଇଥିବାରୁ ତଦନ୍ତରେ ଅଗ୍ରଗତି ହେଉନଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି । ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ଯଶୈଳୀରେ ପରିବର୍ତନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


