ଶ୍ରୀଲୋକନାଥ କିନ୍ନର ସଂଘ ସାବିତ୍ରୀ ବ୍ରତ

ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରୀଲୋକନାଥ କିନ୍ନର ସଂଘ ପକ୍ଷରୁ ନିଷ୍ଠାର ସହ ମହାସାବିତ୍ରୀ ବ୍ରତ ଶୁକ୍ରବାର ପାଳିତ ହୋଇଯାଇଛି । ସହରର ଆନନ୍ଦବଜାରସ୍ଥିତ ଶ୍ରୀଲୋକନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ବ୍ରତଧାରୀ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଥିଲେ । ବିଧି ଅନୁସାରେ ମନ୍ଦିର ପୂଜକ ପୂଜା କରିବା ସହ ସେମାନେ ଦେବତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ମହିଳାମାନେ ନିଜର ସ୍ୱାମୀଙ୍କ ଦୀର୍ଘାୟୁ ସହ ପରିବାରର କଲ୍ୟାଣ କାମନା କରୁଥିବା ବେଳେ କିନ୍ନରମାନେ ସେମାନଙ୍କ ଗୁରୁଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ସଂଘର ସଭାପତି ପ୍ରିୟା କିନ୍ନର ଓ ସମ୍ପାଦକ ନନ୍ଦିନୀ କିନ୍ନରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ସମସ୍ତେ ପୂଜାର୍ଚ୍ଚନା କରିଥିଲେ । ପ୍ରତିବର୍ଷ ଏହିଭଳି ବ୍ରତ ପାଳନ କରାଯାଇ ଥାଏ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ସାବିତ୍ରୀ ବ୍ରତରେ ପୂଜାର୍ଚ୍ଚନା କରି ସେମାନଙ୍କୁ ବେଶ ଅତ୍ମସନ୍ତୋଷ ଓ ମାନସିକ ଶାନ୍ତି ମିଳିଥାଏ ବୋଲି କିନ୍ନରମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ