ସାବିତ୍ରୀପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟ ଉପଲକ୍ଷେ ବନ୍ତ ବ୍ଲକ ତୋଟାସାହିସ୍ଥିତ ସାବିତ୍ରୀ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ୭ ହଜାରରୁ ଉର୍ଦ୍ଧ୍ୱ ମହିଳା ଦୀପ ଜାଳି ସ୍ୱାମୀ ମାନଙ୍କର ଦୀର୍ଘାୟୂ କାମନା କରିଥିଲେ । ଭୋର ସମୟରୁ ମହିଳା ମାନେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦୀପ ଜାଳିଥିଲେ । ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲାର ଶହ ଶହ ମହିଳା ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା । ଶାନ୍ତିଶୃଂଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଓଡ଼ଙ୍ଗ ପଞ୍ଚାୟତ, ବିଶ୍ୱାସ ଫାଉଣ୍ଡେସନ ଓ ପଞ୍ଚାୟତ କଂଗ୍ରେସ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା । ଏହି ଅବସରରେ ପ୍ରାକ୍ତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ମାଙ୍କୁ ଦର୍ଶନ କରିବା ସହ ଳୋକମାନଙ୍କୁ ଭେଟିଥିଲେ । ମାଙ୍କ ପୀଠରେ ପହଞ୍ଚିବା ପରେ ପୂଜାକମିଟି ପକ୍ଷରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ପୂଜା ମଣ୍ଡପ ନିକଟରେ ପଞ୍ଚାୟତ କଂଗ୍ରେସ ଦଳ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର ଶିବିରରେ ଶ୍ରୀଯୁକ୍ତ ପଟ୍ଟନାୟକ ପଣା ପ୍ରଦାନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ପ୍ରାକ୍ତନ ବ୍ଲକ୍ କଂଗ୍ର୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ବ୍ଲକ୍ କଂଗ୍ରେସ ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ଯୁବନେତା ଇଂ ସୁଧାଂଶୁ ଶେଖର ନାୟକ, ପ୍ରାକ୍ତନ ସରପଞ୍ଚ ମୁସ୍ତାକ ଅଲ୍ଲୀ ଖାଁ, ପ୍ରଫୁଲ୍ଲ ରାଉତ, ହରିହର ମଣ୍ଡଳ, ଗୋପିନାଥପୁର ସରପଞ୍ଚ ସବିତା ନାୟକ, ଦିଲ୍ଲୀପ ସ୍ୱାଇଁ, ଶରତ ଚନ୍ଦ୍ର ସେଠୀ, ଖଗେଶ୍ୱର ବରାଳ, ବିଜୟ ଜେନା, ସରୋଜ ଜେନା, ସାଦ୍ଦ ସିଦ୍ଦିକ, ନିକି ମୈକାପଙ୍କ ସହ ବିଭିନ୍ନ ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ