ମୋଦିଙ୍କ ବିରୋଧରେ ଲଢ଼ିବେ ବହିଷ୍କୃତ ଯବାନ୍

ରୋହତକ(ଏଜେନ୍ସି): ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ସୋସିଆଲ୍ ମିଡିଆରେ ଭିଡିଓ ଅପ୍ଲୋଡ଼୍ କରି ବିଏସ୍ଏଫ୍ରୁ ବହିଷ୍କୃତ ହୋଇଥିବା ଯବାନ୍ ତେଜବାହାଦୂର ଯାଦବ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଇଚ୍ଛୁକ ବୋଲି ସେ କହିଛନ୍ତି । ତେବେ ସେ ସ୍ୱାଧୀନ ଭାବେ ବାରଣାସୀରୁ ଲଢ଼ିବେ ବୋଲି କହିଛନ୍ତି । ଏଥିସହ ସେ ହାରିବା କିମ୍ବା ଜିତିବା ପାଇଁ ନିର୍ବାଚନ ଲଢ଼ିବେନି ବରଂ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ବାଚନ ଲଢ଼ୁଥିବା କହିଛନ୍ତି । ତେଜବାହାଦୂରଙ୍କ ଘର ହରିଆଣାର ରେୱାରୀ ଜିଲ୍ଲାରେ । ସୋସିଆଲ୍ ମିଡିଆରେ ଭିଡିଓ ଅପ୍ଲୋଡ୍ କରିବା ପରେ ତାଙ୍କୁ ବହିଷ୍କୃତ କରାଯାଇଥିଲା । ଏହାପରେ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ପର୍ଯ୍ୟନ୍ତ ଉକ୍ତ ମାମଲା ବିଚାରଧୀନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ