କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ କବି ଓ ସାମ୍ୱାଦିକ ସମ୍ମାନୀତ।

ନିମାପଡ଼ା ,(ସନ୍ତୋଷ ଦାଶ):କଟକ ର କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଆଜି ଚହଟେଶ୍ୱର ଶମ୍ଭୁ ମନ୍ଦିର ପରିସର ରେ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା ତଥା ବିଶ୍ଵ ରେକର୍ଡ ପାଳନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ରାଜ୍ଯସ୍ତରୀୟ କବି ସମ୍ମିଳନୀ, କବିତା ପାଠୋତ୍ସବ, କବିତା ରେ ଜଗନ୍ନାଥ ଆଲୋଚନାଚକ୍ର, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାଶ, ମାନସ ସାମଲ, ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ, କବି ହୃଦାନନ୍ଦ ସାସମଲ, ସୁନନ୍ଦା ରାଉତ, ବିଷ୍ଣୁ ପ୍ରିୟା ମହାପାତ୍ର, ତ୍ରିଲୋଚନ ବିଶ୍ବାଳ (ମଧୁ), ଗଙ୍ଗାଧର ଓଝା, ପ୍ରବୀଣ କୁମାର ସୁବୁଦ୍ଧି, ଦିପ୍ତିମୟୀ ମହାନ୍ତି ପ୍ରମୁଖ ଙ୍କୁ ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ