ସିଦ୍ଧ ମଠରେ କୃଷ୍ଣଚନ୍ଦ୍ର ଦାସ ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧଉତ୍ସବ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ନିକଟସ୍ଥ ସିଦ୍ଧମଠ ର ମୁଖ୍ୟ ବାବା ଧର୍ମାନନ୍ଦ ଦାସ ଙ୍କ ନେତୃତ୍ୱରେ ସ୍ୱର୍ଗତ ବାବା କୃଷ୍ଣଚନ୍ଦ୍ର ଦାସ ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ଅଷ୍ଟପ୍ରହରୀ ନାମ ଯଜ୍ଞରେ କର୍ତ୍ତା ଭାବେ ରତନପୁର ପଞ୍ଚାୟତ ସମିତି ସଭ୍ୟ କେଦାରନାଥ ବେହେରା ଓ କର୍ତ୍ତି ଭାବେ ଧୁନି ବେହେରା ପୂଜା କର୍ମରେ ବସିଥିଲେ । ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ନିକଟସ୍ଥ ପ୍ରାଚୀ ନଦୀରୁ ସ୍ୱତନ୍ତ୍ର ନିତିନିୟମ ଅନୁସାରେ ନାମ ସକୀର୍ତ୍ତନ କରି କଳସ ଆଣି କୁଞ୍ଜରେ ସ୍ଥାପନ କରାଯାଇଥିଲା। ବାର୍ଷିକ ଶ୍ରାଦ୍ଧଉତ୍ସବ ନାମ ଯଜ୍ଞ ରେ ବିଭିନ୍ନ ମଠ ମନ୍ଦିର ଓ ବିଭିନ୍ନ ଗ୍ରାମରୁ ସାଧୁସନ୍ଥ , ଗୁରୁ ଭାଇ ଓ ଭକ୍ତ ମାନେ ଆସି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଜୟପରିଡ଼ା ,ପ୍ରଶାନ୍ତ ରାଉତରାୟ ,ଦୀପକ ସ୍ଵାଇଁ ,ନବଘନ ବସ୍ତିଆ ,ପ୍ରଶାନ୍ତ ଗିଲି ଓ ଏକାନ୍ତ ଆଶ୍ରମ ର ନନ୍ଦ ବାବା ପ୍ରମୁଖ ଯୋଗଦେଇ କାର୍ଯ୍ୟ ରେ ସାହାଯ୍ୟ ସହଯୋଗ କରିଥିଲେ । ମଠ ପରିସର ଭାବଭକ୍ତି ରେ ନାମ ସକୀର୍ତ୍ତନ ,ହରିବୋଲ ହୁଳହୁଳି ରେ କମ୍ପିଉଠିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ