ଛତ୍ରପୁର ରେ ବିଜେପି ରାଜ୍ୟ ସଭାପତି

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ପୁର୍ବତନ ମନ୍ତ୍ରୀ ମନମୋହନ ସାମଲ ରବିବାର ଦିନିକିଆ ଛତ୍ରପୁର ଗସ୍ତରେ ଆସି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୧ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ କଲେଜ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଛତ୍ରପୁର ସହର ପରିକ୍ରମା କରିବା ପରେ ସ୍ଥାନୀୟ ଭାରତୀ ସେଲିବ୍ରେସନ୍ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୧ ତମ ମନ କି ବାତ୍ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଏହି ଅବସରରେ ଛତ୍ରପୁରର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣ ବ୍ୟକ୍ତିଙ୍କୁ ଉପଢୌକନ ପୁଷ୍ପଗୁଚ୍ଚ ପ୍ରଦାନ କରି ରାଜ୍ୟ ସଭାପତି ଶ୍ରୀ ସାମଲ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ରାଜ୍ୟ ଅନୂସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ଲୋକସଭା ପ୍ରମୁଖ ସରୋଜ ସାବତ, ଲୋକସଭା ପ୍ରଭାରୀ ବିରଂଚି ତ୍ରିପାଠୀ, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଯୁବ ନେତା କୀର୍ତ୍ତନ ଦାସ, ଭୀମସେନ ବେହେରା, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଉପସଭାନେତ୍ରୀ ରଶ୍ମିତା ରାଣୀ ମହାପାତ୍ର,ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହାକ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, କଣମଣା ମଣ୍ଡଳ ସଭାପତି ଏନ୍‌. ଦୀନବନ୍ଧୁ, ଗଞ୍ଜାମ ମଣ୍ଡଳ ସଭାପତି ଗୁରୁ ଚରଣ ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଶଡଙ୍ଗୀ, ବି. ଶଙ୍କର ରେଡ୍ଡୀ ଓ କେ ଚନ୍ଦ୍ର ଶେଖର ରେଡ୍ଡୀ ଙ୍କ ସମେତ ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ