ରିଲିଜ୍ ହେଲା ଛପାକ୍ର ଟ୍ରେଲର
ମୁମ୍ବାଇ : ଦୀପିକା ପାଦୁକୋନ୍ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକ୍ର ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମରେ ଦୀପିକା ପାଦୁକୋନ୍ ଜଣେ ଏସିଡ୍ ଆକ୍ରମଣ ପୀଡିତା ମାଲତୀ ଭୂମିକାରେ ନଜର ଆସିଛନ୍ତି । ଏସିଡ୍ ଆକ୍ରମଣ ପୀଡିତାଙ୍କ ସାଧାରଣ ଜୀବନର ସଂଘର୍ଷକୁ ସଠିକ୍ ଭାବରେ ଦର୍ଶାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଟ୍ରେଲରରେ ମାଳତୀଙ୍କର ଏସିଡ୍ ଆକ୍ରମଣରୁ ନେଇ ସୁପ୍ରିମକୋର୍ଟରେ ବିଜୟ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି । ଟ୍ରେଲରରେ ଭାରତୀୟ ସମାଜରେ ଜଣେ ପୀଡିତା କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାଏ ତାହା ନିଚ୍ଛକ ଭାବରେ ଦେଖାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମାସେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫକ୍ସ ଷ୍ଟାର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଜାନୁୟାରୀ ୧୦ରେ ରିଲିଜ ହେବାକୁ ଯାଉଛି ।


