ଶେରଗଡ ରୁ ପୁରୀ ମୋ ବସ ସେବା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ
ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ର ବିକାଶ ର ନୁଆଁ ଫର୍ଦ୍ଦ ଯୋଡି ହୋଇଛି। ବୁଧବାର ଦିନ ଶେରଗଡ ପାଇଁ ଏକ ଖୁସି ର ଦିନ ରଥଯାତ୍ରା ଓଡିଶା ବାସୀଙ୍କୁ ଖୁସି ଆଣୁଥିବା ବେଳେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ ବାସୀ ଙ୍କ ପାଇଁ ଏକ ସୁଯୋଗ ସ୍ରୁଷ୍ଟି କରି ଶେରଗଡ ବାସୀ ଙ୍କ ନିକଟତର ହୋଇ ଯାଇଛନ୍ତି। ଶେରଗଡ ରୁ ଏକ ଶିତ ତାପ ନିୟନ୍ତ୍ରିତ ସରକାର ଙ୍କ ଓ ଏସଆରଟିଏସ ବସକୁ ଭିଡିଓ କନଫେରେନ୍ସିଂ ଜରିଆରେ ନୀଳ ପତାକା ଦେଖାଇ ଆରମ୍ଭ କରିଛନ୍ତି। ତାଙ୍କ ନିକଟରେ ୫ଟି ସଚିବ ଭିକେପାଣ୍ଡିୟାନ ମଧ୍ଯ ଏହି କନଫେରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଆଜି ଠିକ ୫ଘଂଟ ୩୦ ମିନଟ ସମୟରେ ଶେରଗଡ ଠାରେ ଆୟୋଜିତ ମହିଳା ସମାବେଶରେ ଜିଲ୍ଲା ପାଳ ଦିବ୍ଯଜୋତି ପରିଡା, ଆସିକା ସାଂସଦ ପ୍ରମିଳା ବିଷୋୟୀ, କାଳୁ ଗୌଡ, ବିନୋଦିନୀ ମହାରଣା ପ୍ରମୁଖ ମଂଚାସୀନ ଥିଲେ। ଜିଲ୍ଲା ପାଳ ତାଙ୍କ ସ୍ବାଗତ ଭାଷଣରେ କହିଥିଲେ। ଶେରଗଡ ମାଟି ହେଉଛି କଳା ସଂସ୍କୃତି ର ମାଟି। ଶେରଗଡ ଜଗନ୍ନାଥ ମନ୍ଦିର ସଂସ୍କୃତି , ପରମ୍ପରା, ରାଜାରାଜୁଡ଼ା ମନ୍ଦିର। ଏହି ଠାରୁ ପୁରୀ ଜଗନ୍ନାଥ ଧାମକୁ ସିଧାସଳଖ ସରକାରୀ ବସ ସେବା ନଥିଲା ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ଅବସରରେ ଏହି ଜଗାଦର୍ଶନ ଭେଟି ଦେଇଛନ୍ତି। ଏଣୁ ଶେରଗଡ ବାସୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ପ୍ରଦାନ କରୁଛୁ। ଏହାପରେ ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଥିଲେ କହିଥିଲେ ମୁଁ ହେଉଛି ସମସ୍ତଙ୍କ ମାଁ ସମସ୍ତେ ହେଉଛନ୍ତି ମୋର ସାଂସଦ। ଆମ ନବୀନ ବାବୁ ଶେରଗଡ ବାସୀ ଙ୍କ ପାଇଁ ପୁରୀ ପାଇଁ ବସ ସେବା ଆରମ୍ଭ କଲେ। ରାଜ୍ୟ ର ମହିଳା ମାନଙ୍କ ପାଇଁଆଜି ଏକ ନଂ ମୁଖ୍ଯମନ୍ତ୍ରୀ ହୋଇ ପାରିଛନ୍ତି। ଆମର ପ୍ରିୟ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ଯମନ୍ତ୍ରୀ କରିବା ଏହାପରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ନୀଳ ପତାକା ଦେଖାଇ ପୁରୀ ବସ ସେବା କୁ ଆରମ୍ଭ କରିଥିଲେ। ସେଠାରୁ ଭିଡିଓ କନଫେରେନ୍ସିଂ ଜରିଆରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଶେରଗଡ ବ୍ଳକ ର ସମସ୍ତ ଜନସାଧାରଣ ପଂଚାୟତ ର ପ୍ରତିନିଧି ଓ ମହିଳା ମାନଙ୍କୁ ନମସ୍କାର। ଆନନ୍ଦ ର କଥା ଶେରଗଡ ରୁ ପୁରୀସିଧା ଏସି ବସ ସେବା ଆରମ୍ଭ ହୋଇଛି। ଏହାଦ୍ବାରା ସମସ୍ତ ଶେରଗଡ ର ଜନସାଧାରଣ ଙ୍କ ସୁବିଧା ହେବ। କାର୍ତ୍ତିକ ମାସରେ ଯାଉଥିବା ହବିଷ୍ଯଆଳି ମାନଙ୍କ ପାଇଁ ବିଶେଷ ସୁବିଧା ହେବ। ଗତ କିଛିଦିନ ହେଲା ଗଂଜାମ ଜିଲ୍ଲା ରେ ଶେରଗଡ ହିଜିଂଳି ବ୍ଳକ ଏକ ଆଦର୍ଶ ବ୍ଳକ ହୋଇଛି। ଏଥି ଯୋଗୁଁ ଗଂଜାମ ଜିଲ୍ଲା ପୁରସ୍କୃତ ହୋଇଛି। ଏହା କେବଳ ଆପଣ ମାନଙ୍କ ସହଯୋଗ ଓ ସଦିଛା ଯୋଗୁଁ ସମ୍ଭବପର ହୋଇଛି। ୫ଟି ଯୋଜନାର ସଫଳ ରୁପାୟନ ଶେରଗଡ ରୁ ଆରମ୍ଭ ହୋଇ ଆଜି ୪୦୦୦ ଉଚ୍ଚ ବିଦ୍ଯାଳୟ ରେ କାର୍ଯକାରୀ ହୋଇ ବିଶେଷ ଫଳ ପ୍ରଦ ହୋଇଛି। ଏବେ କିଛି ଦିନ ହେଲା ମନ୍ଦିର ମାନଙ୍କ ବିକାଶ କାର୍ଯ୍ୟ ଆରମ୍ଭ କରାଯାଇ ଛି। ଆଗାମୀ ଦିନ ରେ ଆହୁରି ବିକାଶ କରାଯିବ ଏଣୁ ଆପଣ ମାନଙ୍କ ସହଯୋଗ କାମନା କରୁଛି। ପରିଶେଷରେ ଓ ଏସଆରଟିସିର ସାଧାରଣ ପରିଚାଳକ ବିଶିକେଶନ ଦେଉରୀ ଧନ୍ଯବାଦ ଦେବା ଆଳରେ କହିଥିଲେ ଉପସ୍ଥିତ ଜିଲ୍ଲାପାଳ, ପିଡି, ଶେରଗଡ ବ୍ଳକ ର ଜନସାଧାରଣ ,ମହିଳା, ଗଣମାଧ୍ୟମ ର ପ୍ରତିନିଧି ଓ ଭଦ୍ର ବ୍ଯକ୍ତି ଙ୍କୁ ଓ ଏସଆରଟିସି ପକ୍ଷରୁ ଶୁଭେଚ୍ଛା। ଆଜି ଶେରଗଡ ଠାରୁ ସିଧା ପୁରୀ ପାଇଁ ଓ ଏସଆରଟିସି ପକ୍ଷରୁ ବସ ସେବା ଆରମ୍ଭ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହା ଶେରଗଡ ବାସୀଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଣୁ ଓ ଏସଆରଟି ପକ୍ଷରୁ ଧନ୍ଯବାଦ ପ୍ରଦାନ କରୁଛି। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଳକ ଅଧକ୍ଷ କ୍ରୁଷ୍ଣଚନ୍ଦ୍ର ନାୟକ, ଉପାଧ୍ୟକ୍ଷ ସୁଧାସ୍ମିତା ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା, ହ୍ରୁଷିକେଶ ପାଢୀ, ଜିଲ୍ଲା ପରିଷଦ ସଭ୍ଯ ଚିତରଂଜନ ପାଣିଗ୍ରାହୀ,ବରୁଣ ପୋଲାଇ ସରପଂଚ କାଳୁ ଚରଣ ସାହୁ, ସମିତିସଭ୍ୟା ତଥା ମମତା ଯୋଜନାର କାର୍ଯକାରୀ ଣୀ ସଭ୍ଯ ସବିତାରାଣୀ ଚୌଧୁରୀ, ଉଦୟନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ଯ। ନିବେଦିତା ପ୍ରଧାନ, ସମୀର ପ୍ରଧାନ, ପିଡି ଭି କୀର୍ତ୍ତି ହାସନ, ଭଂଜନଗର ଉପଜିଲ୍ଲାପାଳ ଜୋତିଶଙ୍କର ରଏ, ବିଡିଓ ଶିବାଶିଶ ବରାଳ, ତହସିଲଦାର ତ୍ରିଦେଵ ରଥ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଥିଲେ।


