ତେଜୁଛି ମିଳିତ ଅମଲା ସଙ୍ଘର ଆନ୍ଦୋଳନ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ତେଜୁଛି ମିଳିତ ଅମଲା ସଙ୍ଘ ଆନ୍ଦୋଳନ। କନିଷ୍ଟ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଗ୍ରେଡ ପେ କରିବା ଦାବି କରୁଛି ସଂଘ।ଏହି ଦାବି ପୂରଣ ପାଇଁ ଅନେକ ଥର ଆନ୍ଦୋଳନ କରିଵା ସହ ବିଭାଗୀୟ ଅଧିକାରୀ ଏବଂ ମୁଖ୍ୟଶାସନ ସଚିବ ଙ୍କୁ ମଧ୍ୟ ଦାବି ପତ୍ର ପ୍ରେରଣ କରିଛି ସଂଘ। ତେବେ କୌଣସି ସୁଫଳ ନମିଳିବାରୁ ଆଜି ଠାରୁ ସମସ୍ତ ଅମଲା ସମୂହ ଛୁଟି ରେ ରହିଛନ୍ତି।ଆଜି ଭବାନୀପାଟଣା ଉପଖଣ୍ଡ ର ସମସ୍ତ ଅମଲା ଏକ ଜୁଟ ହୋଇ ସ୍ଥାନୀୟ ଅମଲା ଭବନ ଠାରେ ଧାରଣା ରେ ବସିଛନ୍ତି। ଧାରଣା ରେ ଭବାନୀପାଟଣା ଉପଖଣ୍ଡ ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୩୦୦ ରୁ ଉର୍ଦ୍ଧ୍ବ ଅମଲା ସାମିଲ ହୋଇଛନ୍ତି।ଗତ ୨୨ତାରିଖ ଠାରୁ ସମସ୍ତ ଅମଲା ମାନେ କଳାବେର୍ଜ ପରିଧାନ କରି ଆସୁଛନ୍ତି। ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଅମଲା ସମୂହ ଛୁଟି ରହିବେ ବୋଲି ସୂଚନା ଦେଇଛନ୍ତି ଜିଲା ମିଳିତ ଅମଲା ମଞ୍ଚ ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ ଓ ଆବାହକ ଆଶୁତୋଷ ମିଶ୍ର । ଧର୍ମଗଡ଼ ଉପଖଣ୍ଡ ରେ ମଧ୍ୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଅମଲା ସଂମୂହ ଫଳରେ ଅମଲା ଙ୍କ ଛୁଟି କାରଣ ରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗ ରେ ସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି ।ଜିଲାର ରେ ବିଭିନ୍ନ ବିଭାଗ ର ଶହ ଶହ ଜଣ ଅମଲା ଛୁଟି ରେ ଥିବା ଜଣା ପଡ଼ିଛି। । ଅମଲା ସଂଘ ର ଆନ୍ଦୋଳନ କୁ ରାଜ୍ୟ ମିଳିତ ଅମଲା ମଞ୍ଚ ସମର୍ଥନ କରୁଛି।ସରକାର ଆଲୋଚନା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜିଲା ମିଳିତ ଅମଲା ମଞ୍ଚ,କଳାହାଣ୍ଡି ର ସଭାପତି ସୁକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରତ୍ନାକର ଧଙ୍ଗଡ଼ା ମାଝୀ, ମନୋରଞ୍ଜନ ଛତ୍ରପାଲ, ଭୁବନେଶ୍ୱର ମାଝୀ, ସମରେନ୍ଦ୍ର ପଣ୍ଡା, ରୁପକେଶରୀ ଦଳାଇ ପ୍ରମୁଖ ଆନ୍ଦୋଳନକୁ ଆଗେଇ ନେବାକୁ ସମସ୍ତ ଅମଲା ଙ୍କୁ ଉତ୍ସାହିତ କରିଥିଲେ । ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟା ବାଧାପ୍ରାପ୍ତ ହୋଇଛି ଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁନଥିବା ଅସୁବିଧାର ଶିକାର ହେଉଥିବା ଦେଖିବାକୁ ମିଳିଛି ।


