ମହିଳାଙ୍କୁ ଅସଦାଚରଣ: ଥାନାରେ ଏତଲା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳା ଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ ମାଡ଼ ମାରି ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।ମହିଳା ଜଣକ ଶୁକ୍ରବାର ସନ୍ଧ୍ୟାରେ ଶ୍ବଶୁର ଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି । ମହିଳା ଜଣକ ଶୁକ୍ରବାର ସକାଳ ପ୍ରାୟ ୧୦ ଟାରେ ଗ୍ରାମର ବାଦୁଆ ପୋଖରୀ କୁ ଲୁଗାପଟା ସଫା କରିବା ସହ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କୁ ଏକୁଟିଆ ପାଇ  ସେଠାରେ କେହି ନଥିବା ସୁଯୋଗ ରେ ଦୁର୍ଯ୍ୟ ତାଙ୍କୁ ଭିଡି ଧରିବା ସହ ଟଣାଓଟରା କରିଥିଲେ।ସେ ପାଟି କରିବାରୁ ଦୂର୍ଯ୍ୟ ମହିଳା ଙ୍କ ପିନ୍ଧାଲୁଗା ଟାଣି  ଠେଲି ଦେବାରୁ ସେ ତଳେ ପଡିଯାଇଥଲେ। ଦୂର୍ଯ୍ୟ ତାଙ୍କୁ ମାଡ଼ି ବସିଥିଲେ।ମହିଳା ଜଣକ ଚିତ୍କାର କରିବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲେ।ମହିଳା ଜଣକ ପାଖ ଜମିରେ କାମ କରୁଥିବା ତାଙ୍କ ଶ୍ବଶୁର ଙ୍କୁ କାନ୍ଦି କାନ୍ଦି ସମସ୍ତ ଘଟଣା ଜଣାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି ।ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ