ସହିଦ ରେଣ୍ଡୋ ମାଝୀଙ୍କ ୧୬୪ ତମ ସହିଦ ସପ୍ତାହ ପାଳନ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଓ ଆଦିବାସୀ ମାନଙ୍କ ଗୌରବମୟ ଇତିହାସ ର ମୁଖସାକ୍ଷୀ ରେଣ୍ଡୋ ମାଝୀ ଙ୍କ ୧୬୪ ତମ ସହିଦ ଦିବସ ଅବସରରେ ଥୁଆମୂଳ ରାମପୁର ଠାରେ ଆଦିବାସୀ ମାନଙ୍କ ଦ୍ୱାରା ମା ମାଣିକେଶ୍ୱରୀ ଙ୍କ ପୀଠରୁ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ସମାବେଶରେ ଶତାଧିକ ଆଦିବାସୀ ମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଲାଂଗିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ କଳାହାଣ୍ଡି ଆଦିବାସୀ ନେତା ପରମାନନ୍ଦ ମାଝୀ ଙ୍କ ନେତୃତ୍ୱରେ ବ୍ଲକ ର ଜନପ୍ରତିନିଧି ମାନେ ଏକ ବିରାଟ ପଟୁଆରରେ ଖଣ୍ଡୁଆଲ ପଡିଆ ରେ ପହଞ୍ଚି ସହିଦ ରେଣ୍ଡୋ ମାଝୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ଏହି ସଭାରେ ରେଣ୍ଡୋ ମାଝୀ ଜଣେ ଆଦିବାସୀ ନେତା ଓ ସେ ମଦନପୁର ରାମପୁର ବ୍ଲକ ର ଉପାନ୍ତ ଅଞ୍ଚଳ ଉର୍ଳାଦାନୀ ରେ ଜନ୍ମ ଗ୍ରହଣ କରି ପରବର୍ତ୍ତୀ ଅବସ୍ଥାରେ ସେ ଇଂରେଜ ଶାସନ ବିରୋଧ ରେ ସ୍ୱର ଉତ୍ତୋଳନ କରି ଶେଷରେ ଦେଶ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଥିଲେ। ମୁଖ୍ୟ ଅତିଥି ରୂପେ ରାଜ୍ୟ ଆଦିବାସୀ ସଂଖ୍ୟା ଲଘୁ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କଳାହାଣ୍ଡି ମାଟି ପାଇଁ ରେଣ୍ଡୋ ମାଝୀ ଙ୍କ ବଳିଦାନ ସବୁଦିନ ପାଇଁ ଅମର ହୋଇ ରହିବ, ତେବେ ଆଜି ରେଣ୍ଡୋ ମାଝୀ ଙ୍କ ବଳିଦାନ କୁ ଲୋକେ କେବଳ ସହିଦ ଦିବସ ରେ ମନେ ପକାଉଛନ୍ତି ସେ ଚିର ଅମର ବୋଲି କହିଥିଲେ। ଏହି ସହିଦ ଦିବସ ପାଳନ ଅବସରରେ ବ୍ଲକ ଅଧକ୍ଷ। ଶାନ୍ତି ମାଝୀ, ମହେନ୍ଦ୍ର ମାଝି, ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ନାଏକ, ସମିତି ସଭ୍ୟ, ସୋମନାଥ ନାଏକ, ମନୋରଞ୍ଜନ ନାଏକ, ସଭାନେତ୍ରୀ ଦ୍ରୋପଦି ମାଝୀ, ଯୁବ ଆଦିବାସୀ ନେତା ଋତୁରାଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ।