ପୁରାତନ ଛାତ୍ର ସଂସଦର ନିଷ୍ପତ୍ତି-୧୫ରେ ଅବସରପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ସମ୍ମାନୀତ କରାଯିବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ ତାରିଖ ଦିନ ପୁରାତନ ଛାତ ସଂସଦ ପକ୍ଷରୁ ବିଦ୍ୟାଳୟରୁ ଅବସର ନେଇଥିବା ସମସ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବା ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଖବରଦାତା ମାନଙ୍କୁ ସଂସଦର ସଭାପତି ବସନ୍ତକୁମାର ଦାସ ସୂଚନା ଦେଇ କହିଥିଲେ ଯେ ଆସନ୍ତା ୧୫ ତାରିଖ ଦିନ ପ୍ରାୟ ୪୦୦ଜଣ ପୁରାତନ ଛାତ୍ର ଯେଉଁମାନେ ଏହି ବିଦ୍ୟାଳୟରେ ପାଠପଢି ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି ସେମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିରେ ବହୁ ବୟସ୍କ ସଭ୍ୟ ଯେଉଁମାନଙ୍କ ବୟସ ୮୫ବର୍ଷ ଠାରୁ ମଧ୍ୟ ଉର୍ଦ୍ଧ ସେପରି କିଛି ସଭ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାକୁ ଯୋଜନା କରାଯାଇଛି । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପାରଳା ରାଜାଙ୍କ ଅମଳରୁ ଯେଉଁ ପୁରାତନ ବୃହତ୍ତ ଘଣ୍ଟା ଲାଗିଥିଲା ତାକୁ ପରିବର୍ତ୍ତନ କରାଯାଇ ଛାତ୍ର ସଂସଦ ପକ୍ଷରୁ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ଘଣ୍ଟା ଅବସ୍ଥାପିତ କରାଯାଇଛି । ଯାହାକି ସେହି ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି । ସମସ୍ତଙ୍କ ସମନ୍ୱୟ ସୂତ୍ରରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାପାଇଁ ସଂସଦ ପକ୍ଷରୁ ଅହ୍ୱାନ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ସଂସଦର ସଂପାଦକ ପ୍ରଦୀପ କୁମାର ନାୟକ, କୋଷାଧ୍ୟକ୍ଷ ମନ୍ମଥ ରାଓ, ଆବାହକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାସ, ଜିଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ