ଏକଲକ୍ଷ ଟଙ୍କାର ଅର୍ଥରାଶି ସହ ପ୍ରେରଣା ଗ୍ରୀନମ୍ୟାନ ସମ୍ମାନ ପାଇବେ ରମେଶ ଚନ୍ଦ୍ର ମିଶ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଜୁନ୍ ମାସ୫ ତାରିଖ ‘ବିଶ୍ୱ ପରିବେଶ ଦିବସ’ ଅବସରରେ ବୃକ୍ଷରୋପଣ, ବିନା ମୂଲ୍ୟରେ ଚାରା ବଣ୍ଟନ, ବୃକ୍ଷ ତଥା ପରିବେଶ ସୁରକ୍ଷା ଆଦି କାର୍ଯ୍ୟ ପାଇଁ ପ୍ରେରଣା ଗ୍ରୀନ୍‌ମ୍ୟାନ୍ ସମ୍ମାନ ସ୍ୱରୂପ ଏକଲକ୍ଷ ଟଙ୍କାର ଅର୍ଥରାଶି, ଅଙ୍ଗବସ୍ତ୍ର ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥାଏ । ଚଳିତବର୍ଷ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାଙ୍ଗିରିଆ ଗ୍ରାମର ଶ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କୁ ବୃକ୍ଷରୋପଣ, ବିନା ମୂଲ୍ୟରେ ଚାରା ବଣ୍ଟନ ଓ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜୁନ୍ ମାସ ୫ ତାରିଖ ସକାଳ ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପ୍ରେରଣା ଗ୍ରୀନ୍‌ମ୍ୟାନ୍ ସମ୍ମାନ ସ୍ୱରୂପ ଏକଲକ୍ଷ ଟଙ୍କାର ଅର୍ଥରାଶି, ଅଙ୍ଗବସ୍ତ୍ର ଓ ସମ୍ମାନ ଫଳକ ପ୍ରଦାନ କରାଯିବ ବୋଲି ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ପ୍ରକାଶଥାଉକି, ପୂର୍ବବର୍ଷ ମାନଙ୍କରେ ଏହି ସମ୍ମାନ ବିଶେଷ ବୃକ୍ଷପ୍ରେମୀ ଓ ପରିବେଶପ୍ରେମୀ ଇଂ ବିଶ୍ୱମୋହନ ପଟ୍ଟନାୟକ, ବିଶିଷ୍ଟ ପରିବେଶବିତ୍ ସମ୍ଭବ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଫେସର ରାଧାମୋହନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପରାମର୍ଶଦାତା, ବିଶିଷ୍ଟ ପରିବେଶବିତ୍ ଓ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ ଆଦିଙ୍କୁ ପ୍ରଦାନ କରାଯାଇଥିଲା । ଏହିଦିନ ଶ୍ରୀ ମିଶ୍ରଙ୍କ ସମେତ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ କିଛି ଅନୁଷ୍ଠାନ, ବ୍ୟକ୍ତିବିଶେଷ ଆଦିଙ୍କୁ ବୃକ୍ଷବନ୍ଧୁ, ଗ୍ରୀନ୍ ଆର୍ମି କ୍ୟାପ୍‌ଟେନ, କମାଣ୍ଡାଣ୍ଟ ଆଦି ସମ୍ମାନ ମଧ୍ୟ ପ୍ରଦାନ କରାଯିବ ବୋଲି ଡଃ ଶ୍ରୀଚନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ