ବଞ୍ଚୋ ଦଧିବାବନଜୀୟୁ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣୀମା
ହାଟଡ଼ିହି, (ବିକାଶ ବିଶ୍ୱାଳ):ବଞ୍ଚୋ ଦଧିବାନେଜୀୟୁ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣୀମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପୁଜକ ଅକ୍ଷୟ ପଣ୍ଡା, ବୀରବର ପାଢ଼ୀ, ଆନନ୍ଦ ଚନ୍ଦ୍ର ଦାଶ, ନନ୍ଦ କିଶୋର ଦାଶ, ନିତ୍ୟାନନ୍ଦ ପାଢ଼ୀ, ସନାତନ ପଣ୍ଡା, ମଦନ ମୋହନ ପାଢ଼ୀଙ୍କ ଙ୍କ ଦ୍ୱାରା ମହାପ୍ରଭୂଙ୍କ ପୂଜା ରୀତିନୀତି ଅନୁଯାଇ ସମ୍ପର୍ଣ୍ଣ ହୋଇଥିଲା । କର୍ତ୍ତା ଭାବେ ସୁଧାଶୁଂ କୁମାର ରାଉତ, ସହଧର୍ମଣୀ ସୁର୍ଯ୍ୟମଣୀ ବିଶ୍ୱାଳ ପୂଜାକାର୍ଯ୍ୟରେ ସାମିଲ ହୋଇ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସକାଳେ ଧାଡି ପହଣ୍ଡିରେ ପ୍ରଭୂ ଜଗନ୍ନାଥ, ବଳଭଦ୍ର , ଶୁଭଦ୍ରା ଓ ସୁଦର୍ଶନ ମହାପ୍ରଭୂଙ୍କୁ ମନ୍ଦିରରୁ ବାହାର କରାଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ପରେ ୧୦୮କଳଶ ପାଣିରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଆଜି ଶହଶହ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଜଗନ୍ନାଥପ୍ରେମୀ ଭକ୍ତ ଶଶାଙ୍କ ଶେଖର ପୁହାଣ, ରତିକାନ୍ତ ରାଉତ, ଚିନ୍ତାମଣୀ ରାଉତ, ଯୁଦ୍ଧିଷ୍ଠିର ରାଉତ, ମୁକେଶ ରାଉତ, ସନାତନ ଓଝା, ଛବିନ୍ଦ୍ର ନାୟକ, ବୈରାଗୀ ସ୍ୱାଇଁ, କିର୍ତ୍ତନ ବିହାରୀ ନାୟକଙ୍କ ସମେତ ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


