ବିଶ୍ବ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ଡିହପଢାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବର ବାହାନାଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିବିଶେଷ ଙ୍କ ଅମର ଆତ୍ମାର ସଦଗତି ନିମିତ୍ତ ପ୍ରଥମେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ଏଥି ନିମିତ୍ତ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ସାହିତ୍ୟ ଘରର ସଭାପତି ତଥା ପ୍ରାକ୍ତନ ପ୍ରଫେସର କୃତିବାସ ବିଶ୍ବାଳ ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣି ଶତପଥୀ ,ଜଗବନ୍ଧୁ ଜେନା,ସଂପାଦକ ସନ୍ତୋଷ ଜେନାଙ୍କ ସମେତ ବରିଷ୍ଠ ସଦସ୍ୟ ରବିନାରାୟଣ ମହାନ୍ତି,ସୁବାଷ ଚନ୍ଦ୍ର ତାରିଣୀ,ଅନୁପମ ବାନାର୍ଜି,କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ସ୍ବାଇଁ ଙ୍କ ସମେତ ସମେତ ଷ୍ଟାଫ୍ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ଶେଷରେ ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ


