ଧର୍ମପ୍ରାଣା ମହିଳା ଇନ୍ଦୁମତି ପାତ୍ରଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ସନ୍ନିକଟ ବାରିମୂଳ ଗ୍ରାମର ବିଶିଷ୍ଟ ସମାଜସେବୀ ଶିକ୍ଷାବିତ ଶରତ ପାତ୍ରଙ୍କର ଜ୍ୟେଷ୍ଟମାତା ସ୍ୱର୍ଗତ ଦାମୋଦର ପାତ୍ରଙ୍କ ଧର୍ମପତ୍ନୀ ଇନ୍ଦୁମତି ପାତ୍ରଙ୍କର ୮୫ବର୍ଷ ବୟସରେ ତାଙ୍କ ବାରିମୂଳସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତୁରା ଶରତ, ହେମନ୍ତ, ରମାକାନ୍ତ, ବସନ୍ତ, ପ୍ରସନ୍ନ, ମୁନୁ ପ୍ରମୁଖ ପରିବାର ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବିୟୋଗ ଖବର ପାଇ ରଶ୍ମିରଞ୍ଜନ ରାଉତ, ବ୍ରଜକିଶୋର ରାଉତ, ପ୍ରଶାନ୍ତ ବିଶ୍ୱାଳ, ଦୀପକ ଧଳ, ସାମ୍ବାଦିକ ନରେନ୍ଦ୍ର ଧଳ, ସୁକାନ୍ତ ରାଉତ ପ୍ରମୁଖ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଟପୁତ୍ର ତପନ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ