ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ର ଆୟୋଜନ ହୋଇଛି। ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ମନ୍ଦିର ପରିଚାଳନା କମିଟି ର ସମସ୍ତ ସଦସ୍ୟ ସମେତ ସୋରଡା ର ସତ୍ୟସାଇ ସେବା ସଂସ୍ଥା, ଦିବ୍ୟ ଜୀବନ ସଂଘ, ଚିଦାନନ୍ଦ ସାଂସ୍କୃତିକ ସଂଘ, ବଜାର ବଣିକ ସଂଘ, ଋଷିକୂଲ୍ୟା କ୍ରିକେଟ କ୍ଳବ୍, ଶଶି ଭୂଷଣ ସାହିତ୍ୟ ସଂସଦ, ସମେତ ଅନ୍ୟାନ୍ୟ ସାମାଜିକ ସଂସ୍ଥା, ଉପସ୍ଥିତ ଥିଲେ। ସୋରଡ଼ା ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ, ରାସ୍ତା ଓ କୋଠା ବାଡ଼ି ବିଭାଗ ଯନ୍ତ୍ରୀ,ପୋଲିସ କର୍ମଚାରୀ, ସମେତ ଅନ୍ୟାନ୍ୟ ସରକାରୀ ବିଭାଗୀୟ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ରଥ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ ପାଇଁ ଆଲୋଚନା ହୋଇଥିଲା। ମୁଖ୍ୟତଃ ସହର ର ଟ୍ରାଫିକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ସରବରାହ, ଜରୁରୀ କାଳୀନ ସେବା, ପାନୀୟ ଜଳ ଯୋଗାଣ ଆଡମଣ୍ଡପ ରେ ଭକ୍ତ ଙ୍କ ଶାନ୍ତି ଶୃଙ୍ଖଳା ରେ ଦର୍ଶନ କିପରି ହୋଇପାରିବ ସେଥିପାଇଁ ଆଲୋଚନା ହୋଇଥିଲା। ଦଇତାପତି ଓ ସେବାୟତ ଓ ମନ୍ଦିର ପୁରୋହିତ ଙ୍କ ପରାମର୍ଶ କ୍ରମେ ଆବଶ୍ୟକ ରୀତି ନୀତି ନିର୍ଘଣ୍ଟ କରାଯାଇଥିଲା। ୧୮ ତାରିଖ ରେ ନେତ୍ର ଉତ୍ସବ,୧୯ ତାରିଖ ରେ ନବଯୌବନ ଦର୍ଶନ ଓ ୨୦ ତାରିଖ ରେ ଘୋଷ ଯାତ୍ରା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଘୋଷ ଯାତ୍ରା ରେ ପୂର୍ବାହ୍ନ ୧୧.୩୦ ମିନିଟ ସମୟ ରେ ରଥ ପ୍ରତିଷ୍ଠା ସହ ଅପରାହ୍ନ ୨.୩୦ ମିନିଟ ସମୟ ରେ ପହଣ୍ଡି ନୀତି ଆରମ୍ଭ ସହ ୩.୩୦ ମିନିଟ ଠାକୁରଙ୍କୁ ରଥାରୂଢ଼ କରାଯିବା ସହ ୪.୦୦ ସମୟ ରେ ଛେରା ପହଁରା ନୀତି କରାଯିବା ସହ ୪.୩୦ ମିନିଟ ସମୟ ରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ସୁଦ୍ଧା ଆଡପ ମଣ୍ଡପ ରେ ରଥ ପହଞ୍ଚିବା ସମୟ ସ୍ଥିର ହୋଇଛି। ଏହାପରେ ରାତ୍ର ୧୦ ଘଟିକା ସୁଦ୍ଧା ଠାକୁରଙ୍କୁ ଆଡ଼ପ ମଣ୍ଡପ ମା ମନ୍ଦିର ରେ ଗର୍ଭ ଗୃହ ରେ ଠାକୁର ଙ୍କୁ ବିଜେ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସର ରେ ସୋରଡ଼ା ରାଜା ସାହେବ ଡକ୍ଟର ଦେବଦତ୍ତ ସିଂ ଦେଓ ଛେରା ପହଁରା କରିବା ସହ ରାଜ ପରିବାର ଆସିବା ର ସମ୍ଭାବନା ଥିବା ରୁ ସେମାନଙ୍କ ସୁରକ୍ଷା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ପରିଶେଷରେ ସମସ୍ତ ନୀତି ନିର୍ଦ୍ଧାରିତ ସମୟ ରେ ସମ୍ପାଦନ କରିବା ପାଇଁ ସେବାୟତ ଓ ଦଇତାପତି ଙ୍କୁ ଅନୁରୋଧ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ