୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲାବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଦିବାସୀ ବହୁଳ ଆନ୍ଧ୍ର ସୀମାନ୍ତରେ ଅବସ୍ତିତ ଉପସ୍ଥିତ ଗଜପତି ଜିଲ୍ଲାର ସାମୂହିକ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୧୮ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି. ଏନେଇ ଗଜପତି ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ୫ ଟି ସଚିବ ୫-ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଗଜପତି ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇ ଧନ୍ୟବାଦ ଅର୍ପଣ କରାଯାଇଛି. ସୂଚନାଯୋଗ୍ୟଯେ, ୫ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଗତ ମଇ ମାସ ୯ ଓ ୧୦ ତାରିଖ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ଦୁଇ ଦିନିଆ ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଲୋକେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଲୋକଙ୍କ ସାମୂହିକ ବିକାଶ ପାଇଁ ଶ୍ରୀ ପାଣ୍ଡିଆନ୍ ଗୁରୁତ୍ୱ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଥମ ପର୍ଯ୍ୟାୟରେ ସଦର ମହକୁମା ପାରଳାଖେମୁଣ୍ଡି ପାଇଁ ବିଭିନ୍ନ ମଠ ମନ୍ଦିର, ମସଜିଦ ଓ ଚର୍ଚ୍ଚ ପାଇଁ ମୋଟ ୧କୋଟି୧୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି, ସେହିପରି ଗୋଷାଣି ବ୍ଲକର ବିଭିନ୍ନ ମଠ ମନ୍ଦିର ଓ ଚର୍ଚ୍ଚ ଗୁଡିକର ନବୀକରଣ ବା ମରାମତି ନିମନ୍ତେ ୧.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ସେହିପରି ଗୁମ୍ମା ବ୍ଳକ ପାଇଁ ୧କୋଟି ୩୩ଲକ୍ଷ ଟଙ୍କା ମଞ୍ଜୁର ପ୍ରଦାନ କରିଛନ୍ତି ସେହିପରି କାଶୀନଗର ବ୍ଲକ ପାଇଁ ୧କୋଟି ୪୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି, ସେହିପରି କାଶୀନାଗର ବିଜ୍ଞାପିତ ଅଞ୍ଚଳ ପାଇଁ ୬୦ଲକ୍ଷ ପ୍ରଦାନ କରିଛନ୍ତି । ମୋହନା ବ୍ଲକ କୁ ୪କୋଟି ୩୫ଲକ୍ଷ ପ୍ରଦାନ କରାଯାଇଥିବା ବେଳେ ନୂଆଗଡ ବ୍ଲକ କୁ ୨ କୋଟି ୭୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହିପରି ଆର ଉଦୟଗିରି ବ୍ଲକ କୁ ୨ କୋଟି ୩୮ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ରାୟଗଡ ବ୍ଲକ କୁ ୨ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଜିଲ୍ଲାକୁ ମୋଟ ସମୁଦାୟ ୧୮ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ୧.୫୫କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାର ୧୩ତମ ପର୍ଯ୍ୟାୟର ୨୦୨୩-୨୪ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବାର ଜଣାପଡିଛି । ପ୍ରସାରିତ ହେବା ପରେ ଉଭୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଅଞ୍ଚଳବାସୀଙ୍କ ସମେତ ଜିଲ୍ଲା ବିଜେଡି ନେତୃବୃନ୍ଦ । ଗଜପତି ଜିଲ୍ଲାକୁ ଶ୍ରୀ ପାଣ୍ଡିଆନ ଠିକ୍ ମଇ ୯ ଓ ୧୦ତାରିଖରେ ଗସ୍ତ କରିଥିବା ବେଳେ ଏକ ମାସ ପୂର୍ତ୍ତି ନ ହେଉନୁ ଲୋକଙ୍କ ସାମୂହିକ ବିକାଶ ବା ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ପ୍ରଥମେ ଟଙ୍କା ମଞ୍ଜୁର କରିଥିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏନେଇ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ଆଜି ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଗୋଷାଣି ବ୍ଲକର ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ