ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷାଙ୍କ ବିୟୋଗରେ ବିଜେଡି ପକ୍ଷରୁ ସ୍ମୃତି ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀଙ୍କ ରବିବାର ଅକାଳ ବିୟୋଗ ଘଟିଥିବା ବେଳେ ମଙ୍ଗଳବାର ଦିଗପହଣ୍ଡି ସ୍ଥିତ ଘୋଡ଼ା ହାଡ଼ ପାଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ବ୍ଲକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ଆରମ୍ଭ ପୂର୍ବରୁ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଗଞ୍ଜାମ ଜିଲା ପରିଷଦ ଉପାଧ୍ଯକ୍ଷା ରାଜେଶ୍ବରୀ ଦୋରା, ଜିଲା ବିଜେଡି ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍. ନିରଞ୍ଜନ ରେଡ୍ଡୀ, ଦିଗପହଣ୍ଡି ଏନ୍ଏସି ର ପୂର୍ବତନ ଅଧ୍ଯକ୍ଷ ଭି.ରବିନାରାୟଣ ରାଜୁ, ଏମ.ପି ପ୍ରତିନିଧି ନିରୂପମା ପଟ୍ଟନାୟକ, ମହିଳା ବିଜେଡି ଏନ୍ଏସି ସଭାନେତ୍ରୀ ଅନିତା ବେହେରା, ଚିତ୍ରସେନ ଗୌଡ, ଆଇନଜୀବୀ ନକୁଳ ପ୍ରଧାନ, ରବିଚନ୍ଦ୍ର ଗୌଡ, ଜିଲା ପରିଷଦ ସଭ୍ୟ ରାଧାକାନ୍ତ ମହାଙ୍କୁଡ, ସଭ୍ଯା ସଂଯୁକ୍ତା କବି, ଶିବରାମ ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, ସନ୍ତୋଷ କୁମାର ଦୋରା, ବିଜୟ କୁମାର ପ୍ରଧାନ, ଫନିନ୍ଦ୍ର ଗୋସ୍ୱାମୀ, କେ. ସଞ୍ଜୀବ କୁମାର ରେଡି, ପ୍ରକାଶ ବେହେରା, ସଦାନନ୍ଦ ଦୋରା, ଅରକ୍ଷିତ ରାଉତ, ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ପାତ୍ର, କାଉନସିଲର ନୀଳମାଧବ ଗୌଡ, କରିସ୍ମା ନାୟକ ପ୍ରମୁଖ ଯୋଗ ଦେଇ ସୁନିତାଙ୍କ ବିୟୋଗ ଦଳ ତଥା ଦିଗପହଣ୍ଡି ପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିବା ସହ ବ୍ଲକକୁ ଆଗକୁ ନେବାରେ ତାଙ୍କର ଅଧୁରା କାର୍ଯ୍ୟକୁ ସମ୍ମିଳିତ ଭାବେ ପୂର୍ଣ୍ଣାଙ୍ଗ କରିବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।ସେହିଭଳି ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ମଙ୍ଗଳବାର ଅଧ୍ଯକ୍ଷାଙ୍କ ବାସଭବନରେ ପହଞ୍ଚି ଶୋକଗ୍ରସ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ଜଣାପଡିଛି।


