ତାଲା ବନ୍ଦ ଘରକୁ ଚୋରଙ୍କ ଟାର୍ଗେଟ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁଞ୍ଜିକୟାଁ ଛକ ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟରାସ୍ତା  ପୁଡାମାରୀ ରୋଡରେ ରହୁଥିବା କୁନା ବିଷୋୟୀଙ୍କ ତାଲା ବନ୍ଦ ଥିବା ଘରୁ ୧ ଲକ୍ଷ ୮୫ ହଜାର ଟଙ୍କା  ଏବଂ ପ୍ରାୟ ୬୦ ଗ୍ରାମ ଓଜନର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୋମବାର ସକାଳେ କୁନାଙ୍କ ସ୍ତ୍ରୀ ସ୍ବପ୍ନାରାଣୀ ଘର ଖୋଲିବାକୁ ଯିବାବେଳେ ଭିତର ପଟୁ ତାଲା ପଡିଥିବା ଦେଖିଥିଲେ।ପରେ ପଡୋଶୀ ଦୋକାନର ସିଡି ରାସ୍ତାରେ ଘରକୁ ଯାଇ ଭିତର ପଟ ତାଲା ଭଙ୍ଗାଯିବା ପରେ ଘରୁ  ଟଙ୍କା ଏବଂ  ସୁନା ଅଳଙ୍କାର ଚୋରି ହୋଇଥିବା ଜଣା ପଡିଥିଲା।ଦୁର୍ବୃତ୍ତ ମାନେ ଘର ଛାତ ଉପର ପଟରୁ ଘରେ ପଶି ଗୋଦରେଜ ଆଲାମିରା ଭାଙ୍ଗି ଏଭଳି ଚୋରି କରିଥିବା  ଅନୁମାନ କରାଯାଉଛି।ଘଟଣା ସମ୍ପର୍କରେ ସ୍ବପ୍ନାରାଣୀ ଥାନାରେ ଏତଲା ଦେବା ପରେ ଥାନା ଆଇଆଇସି ଦିପ୍ତିରଞ୍ଜନ ବେହେରା ମାମଲା ନଂ. ୨୧୮/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମଙ୍ଗଳବାର ପୋଲିସ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରି ଫେରିଥିବା  ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ