ହତ୍ୟା ଅଭିଯୁକ୍ତ ଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ାର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୋକନାଥ ସାହୁ ଏକ ହତ୍ୟା ମାମଲାର ବିଚାର କରି ଦୋଷୀକୁ ୭ବର୍ଷ ସଶ୍ରମ କାରାଦଣ୍ଡ ଓ ୧ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି।ଜୋରିମାନା ଅନାଦେୟରେ ୩ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।ଅନ୍ୟତମ ଅଭିଯୁକ୍ତର ମାମଲା ବିଚାରଧୀନ ରହିଛି।ଘଟଣାରୁ ପ୍ରକାଶ ଯେ ୨୦୧୭ମସିହା ଫେବୃଆରୀ ମାସ ୮ତାରିଖ ଦିନ ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ପାଟଣା ଗ୍ରାମର କାହ୍ନୁଚରଣ ବେହେରାଙ୍କ ମୁଗ କିଆରୀରେ ସେହି ଗ୍ରାମର କୈଳାସ ବେହେରା ଗୋରୁ ଚରାଇ ନଷ୍ଟ କରୁଥିଲେ। କାହ୍ନୁ ଓ ତା ସାନଭାଇ ଦୁର୍ଯୋଧନ ଏହାର ପ୍ରତିବାଦ କରିବାରେ କୈଳାସ ଓ ତା ପୁଅ ପ୍ରମୋଦ ସେମାନଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ।ଫଳରେ ଦୁର୍ଯୋଧନର ଘଟଣା ସ୍ଥଳରେ ମୁଣ୍ଡ ଫାଟି ଯାଇଥିଲା। ଚିକିତ୍ସା ଅବସ୍ଥାରେ ଦୁର୍ଯୋଧନର ମୃତ୍ୟୁ ଘଟିଥିଲା।ଏନେଇ ନିମାପଡ଼ା ଥାନାରେ କାହ୍ନୁ କୈଳାସ ଓ ତା ପୁଅ ପ୍ରମୋଦ ନାମରେ ଲିଖିତ ଅଭିଯୋଗ କରିଥିଲେ। ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।ସରକାରଙ୍କ ପକ୍ଷରୁ ଆଇନଜୀବୀ ସୀତାକାନ୍ତ ଦାଶ ମାମଲା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ