୧୦ବର୍ଷ ବିତିଲା, ମିଳିଲାନି ଜମି ଅଧିଗ୍ରହଡର ଉପଯୁକ୍ତ ପ୍ରାପ୍ୟ
ହାଟଡିହିି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ କେନାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲେବି ଜମି ମାଲିକଙ୍କୁ ଉପଯୁକ୍ତ ପ୍ରାପ୍ୟ ଦିଆଯାଇ ନଥିବାବେଳେ ଏବେ ଯୋର ଜବରଦସ୍ତ ଠିକାଦାର କେନାଳ ଖୋଳି କାମ କରୁଛି ବୋଲି ଜମି ମାଲିକଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିଛନ୍ତି । ଅଭିଯୋଗରୁ ଜଣାଯାିଛି ଯେ ଭାତରୁଆ ଗ୍ରାମର ଭୀମସେନ ସେଠୀ, ନକୁଳ ସେଠୀ, ଅର୍ଜୁନ ସେଠୀ, ପାଣ୍ଡବ ଚରଣ ସେଠୀ, ଯୁଜା ସେଠୀ ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ତାଙ୍କର ଡିମିରିବନ୍ଦି ମୌଜାରେ ୮୦ଡିସିମିଲ ଜମି ଥିବାବେଳେ ବୈତରଣୀ ନଦୀ ସଂଯୋଗୀ କରଣ କେନାଲରେ ତାଙ୍କର ଏହି ଜମିଟି ଅଦôଗ୍ରହଣ ହୋଇଥିଲା । ଜମି ମାପଚୁପ କରିବାପରେ ତାଙ୍କୁ ମାତ୍ର ୫୪ହଜାର ଯଙ୍କା କ୍ଷତିପୁରଣ ମିଳିବାକୁ ସେ ନୋଟିସ ପାିଥିଲେ । ମାତ୍ର ତାଙ୍କର ଏହି ଜମିଟି ଦୋ ଫସଲି ଓ ମୁଲ୍ୟବାନ ଜମି ହୋଇଥିବାବେଳେ ଏହି ଜମି ଉପରେ ଚାଷବାସ କରି ପରିବାରଟି ଚଳୁଥିବାରୁ ସେମାନେ ଏହି କ୍ଷତିପୁରଣକୁ ଗ୍ରହଣ କରି ନଥିଲେ । ଏହାର ପୁନଃ ତର୍ଜମା କରି କ୍ଷତିପୁରଣ ଦେବାକୁ ସେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ । କିନ୍ତୁ କେହି ତାଙ୍କ ଅଭିଯୋଗକୁ ଶୁଣି ନଥିବାବେଳେ ଏବେ ଗତ କିଛିଦିନ ତଳେ କେନାଲ କାମ କରୁଥିବା ଠିକା ସଂସ୍ଥା ଜୋର ଜବରଦସ୍ତ କେନାଲ ଖୋଳି କାମ କରିବାରେ ଲାଗିଛି । ଏନେଇ ଆଜି ଜମି ମାଲିକ ଭୀମସେନ ସେଠୀ, ଅର୍ଜୁନ ସେଠୀ, ନକୁଳ ସେଠୀ, ସହଦେବ ସେଠୀ, ପୁର୍ଣ୍ଣଚନ୍ଦ୍ର ସେଠୀ, ଉପେନ୍ଦ୍ର ସେଠୀ, ରାଜେନ୍ଦ୍ର ନାରାୟଣ ସେଠୀ, ଚନ୍ଦ୍ରମଣୀ ସେଠୀ, ପରୀ ସେଠୀ, ସଖି ସେଠୀ, ତପସ୍ୱିନୀ ସେଠୀ, ମାଳତୀ ସେଠୀ, ଜ୍ଞାନପ୍ରଭା ସେଠୀ, ମଳୟ ସେଠୀ, ହେମନ୍ତ ସେଠୀ, ପ୍ରଶାନ୍ତ ସେଠୀ, ରାଧାଶ୍ୟାମ ସେଠୀ ପ୍ରମୁଖ ନିଜ ଜମି ଉପରେ ଠିଆ ହୋଇ ଏହାର ପ୍ରତିବାଦ କରିବା ସହିତ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସମ୍ପର୍କରେ ସେ ଆଜି ୫-ଟି ସଚିବଙ୍କୁ ଏକ ଦାବିପତ୍ର ଦେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ କହିବାକଥା ଯେ କେନାଲ ଯାଉ ଆମେ ବିରୋଧ କରୁନୁ, କିନ୍ତୁ ସରକାର ଆମ ମୁଲ୍ୟବାନ ଜମିକୁ ଯେୁଁ ଶାଗ ମାଛ ଦରରେ ନେବାକୁ ବସିଛନ୍ତି ତାହାକୁ ଆମେ ବିରୋଧ କରୁଛୁ । ଆମକୁ ଉପଯୁକ୍ତ କ୍ଷତିପୁରଣ ଦିଆଯାଉ ବୋଲି ଭୀମସେନ ସେଠୀ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି ।


