ଘୋଷଣା ହେଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା, ଝଲସିବ ମଠ ଓ ମନ୍ଦିର
ହାଟଡ଼ିହି, (ବିକାଶ ବିଶ୍ୱାଳ):୫-ଟି ସଚିବଙ୍କ ହାଟଡିହି ଗ୍ରସ୍ଥ ବେଳେ ଅନେକ ଗ୍ରାମରୁ ଅନେକ ଲୋକ ବିଭିନ୍ନ ଦାବିପତ୍ର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦେଇଥିଲେ । ତା ମଧ୍ୟରୁ କେବଳ ଅନେକ ମଠ, ମନ୍ଦିର, ଖେଳପଡିଆ, ଆଦି ରହିଥିଲା । ସେହି ଦାବି ମଧ୍ୟରୁ ଅଳ୍ପ କିଛି ଦାବିକୁ ମୁଖ୍ୟମନ୍ତ୍ରୀ ପୁରଣ କରି ୧୩ଟି ପ୍ରକଳ୍ପ ପାଇଁ ୧କୋଟି ୮୯ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ସେହିସବୁ ମନ୍ଦିର ଓ ମଠ ଗୁଡିକ ପୁନରୁଦ୍ଧାର ହେବା ସହ ସୌନ୍ଦର୍ଯ୍ୟକରଣ କରାଯିବ । ଏହି ତାଲିକାରେ ବଡରମ୍ପାସର ପର୍ବତେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୧୦ଲକ୍ଷ, ଅଣାର ଅଖଣ୍ଡଧୁନୀ ମଠର ଉନ୍ନତିକରଣ ପାଇଁ ୧୫ଲକ୍ଷ, ହାଟଡିହିର ହଟକେଶ୍ୱର ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧୦ଲକ୍ଷ, ଲଇଛଣପୁର ଗ୍ରାମର ରଘୁନାଥଜୀୟୁ ମଠର ପୁନରୁଦ୍ଧାର ପାଇଁ ୧୫ଲକ୍ଷ, ହାବଳେଶ୍ୱର ଶିବମନ୍ଦିରର ଉନ୍ନତିକରଣ ପାଇଁ ୧୫ଲକ୍ଷ, ସଢ଼ାର ବୈଦ୍ୟନାଥ ମନ୍ଦିରର ଉନ୍ନତିକରଣ ପାଇଁ ପାଇଁ ୨୦ଲକ୍ଷ, ଭାଟିଆଶୁଣୀର ଶିବମନ୍ଦିରର ଉନ୍ନତିକରଣ ପାଇଁ ୨୦ଲକ୍ଷ, ରାମଚଣ୍ଡୀ ପୀଠର ପୁନରୁଦ୍ଧାର ପାଇଁ ୨୦ଲକ୍ଷ, ଢ଼େଙ୍କାର ପୁରୁଣା ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ପାଇଁ ୧୫ଲକ୍ଷ, ବଞ୍ଚୋ ଦଧିବାବନଜୀୟୁଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ୧୫ଲକ୍ଷ, ସଙ୍ଗମ ଗ୍ରାମର ନୃସିହଂ ନାରାୟଣ ମନ୍ଦିରର ଉନ୍ନତିକରଣ ପାଇଁ ୧୨ଲକ୍ଷ, ଭାଟିଆଶୁଣି ମକରମେଳା ଯାତ୍ରାପଡିଆର ଉନ୍ନତିକରଣ ପାଇଁ ୧୨ଲକ୍ଷ, ହାଟଡିହି ବରିଷ୍ଠ ନାଗରିକ ମଞ୍ଚର ନୁତନ ଗୃହ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । କିନ୍ତୁ ଅନେକ ଲୋକ ସେମାନଙ୍କ ଗାଁର ପୁରୁଣା ମଠ, ମନ୍ଦିର ପାଇଁ ସଚିବଙ୍କୁ ଶହେରୁ ଉର୍ଦ୍ଧ ଦାବିପତ୍ର ଦେଇଥିବାବେଳେ ସେମାନଙ୍କ ମନ୍ଦିର, ମଠ ଓ ଖେଳ ପଡିଆକୁ କେବେ ମୁଖ୍ୟମନ୍ତ୍ରୀ ସହାୟତା ଦେବେ ତାହାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।