ବିବାହ ବାର୍ଷିକୀରେ ରକ୍ତଦାନ କଲେ ପତି-ପତ୍ନୀ
ବାଲେଶ୍ୱର, (ସରୋଜ ପଣ୍ଡା):ନିଆରା ଢଙ୍ଗରେ ବିବାହ ବାର୍ଷିକ ପାଳନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ମାନବ ସମ୍ବଳ ବିଭାଗ ସହ-ଅଧିକାରୀ ଦେବଶିଷ ପାଣି । ୨୦ ତମ ବିବାହ ବାର୍ଷିକରେ ଶ୍ରୀ ପାଣି ଓ ସହଧର୍ମିଣୀ ସ୍ୱର୍ଣ୍ଣପ୍ରଭା ପାଣି ଗୁରୁବାର ରକ୍ତଦାନ କରିଛନ୍ତି । କେନ୍ଦ୍ର ସମବାୟ କର୍ମଚାରୀ ସଂଘ ସଭାପତି କବି ପ୍ରଶାନ୍ତ ଦାସ ଓ ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ଉପସ୍ଥିତିରେ ଉଭୟ ପତି-ପତ୍ନୀ ରକ୍ତଦାନ କରିଥିଲେ । ବିବାହ ବାର୍ଷିକ ପାଳନ ଅବସରରେ ରକ୍ତଦାନ ପାଇଁ ସେମାନଙ୍କ ନିଷ୍ପତ୍ତିକୁ ନେଇ ଉଭୟ ଶ୍ରୀ ଦାସ ଓ ଡାକ୍ତର ଉପାଧ୍ୟାୟ ଭୂୟସୀ ପ୍ରଶଂସା କରିଛନ୍ତି ।