ଦିଗପହଣ୍ଡି  ବ୍ଲକ ଅଧ୍ଯକ୍ଷା ଭାବେ ଦାୟିତ୍ୱ ନେଲେ ଉପାଧ୍ଯକ୍ଷା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀ ଙ୍କ ଅକାଳ ବିୟୋଗ ପରେ ଖାଲିପଡ଼ିଥିବା ବ୍ଲକ ଅଧ୍ୟକ୍ଷା ପଦବୀ ନିମନ୍ତେ ବ୍ଲକ ଉପାଧ୍ଯକ୍ଷା ସୁକାନ୍ତି ପ୍ରଧାନ ଶୁକ୍ରବାର ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ  ପଞ୍ଚାୟତରାଜ ଆଇନର ଧାରା ୨୦ (କ)(୩)କୁ ଭିତ୍ତି କରି ଗଞ୍ଜାମ ଜିଲ୍ଲାପାଳଙ୍କ ଏକ ଚିଠି ବୁଧବାର  ଦିଗପହଣ୍ଡି ବିଡିଓଙ୍କ ନିକଟରେ ପହଞ୍ଚିଥିଲା।ସେଥିରେ ଉପାଧ୍ଯକ୍ଷାଙ୍କୁ ଅଧ୍ଯକ୍ଷାଙ୍କ ସମସ୍ତ ଦାୟିତ୍ୱ ତୁରନ୍ତ ନ୍ଯସ୍ତ କରାଯିବାକୁ କୁହାଯିବା ସହ ଖାଲି ପଡ଼ିଥିବା ଗୋକର୍ଣ୍ଣପୁର ସମିତିସଭ୍ଯ ପଦବୀ ପୂରଣ ପାଇଁ ଉପନିର୍ବାଚନ ସମ୍ବନ୍ଧୀୟ ପ୍ରସ୍ତାବ ମଧ୍ୟ ଶୀଘ୍ର ପଠାଇବାକୁ ଚିଠି ରେ କୁହାଯାଇଛି। ବ୍ଲକ ଉପାଧକ୍ଷା ଙ୍କ  ଅଧ୍ଯକ୍ଷା ଭାବେ ଦାୟିତ୍ୱ ଗ୍ରହଣ ସମୟରେ ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ, ବିଜେଡି ଜିଲ୍ଲା ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି, ବ୍ଲକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ଏମ.ପି ପ୍ରତିନିଧି ନିରୂପମା ପଟ୍ଟନାୟକ, ଦିଗପହଣ୍ଡି ମହିଳା ବିଜେଡି ସଭାନେତ୍ରୀ ଅନିତା ବେହେରା, ଆଇନଜୀବି ନକୁଳ ପ୍ରଧାନଙ୍କ ସମେତ ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ, ସରପଞ୍ଚ ଫନିନ୍ଦ୍ର ଗୋସ୍ୱାମୀ, ଏମ୍. ଶ୍ଯାମଘନ,  ରଞ୍ଜନ କୁମାର ସାହୁ, ଶଇଳ ବେହେରା, ଜି.ସୁନିତା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ