ଆଉଟସୋରସିଂ କର୍ମଚାରୀ ଙ୍କ ବିଭିନ୍ନ ଦାବୀ ପୂରଣ ଲାଗି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟରେ ବିଭିନ୍ନ ବିଭାଗ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟଶୋରସିଂ କର୍ମଚାରୀ ମାନେ ଗତ ନଭେମ୍ବର ୨୬ ଓ ପରବର୍ତୀ ସମୟ ମାର୍ଚ୍ଚ ୨୬ରେ ଦୁଇ ଦୁଇଥର ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର ବହୁଦିନ ର ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ସରକାର ଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନ କରି ଦିନ ଗଡ଼ାଇ ଚାଲିଛନ୍ତି I ଏହାକୁ ନେଇ ଆଉଟସୋର୍ସିଙ୍ଗ ମହାସଂଘ ପୁନଶ୍ଚ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିବା ଓଲ୍ହାଇବାକୁ ପୂର୍ବରୁ ଆଜି ରାଜ୍ୟ ସାରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l ରାଜ୍ୟ କମିଟି ର ଡାକରା କ୍ରମେ ଗଞ୍ଜାମ ଜିଲ୍ଲା ର ସମସ୍ତ ବିଭାଗ ରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା I ଜିଲ୍ଲା ସଭାପତି ବିଜୟ ମଲ୍ଲିକ ଙ୍କ ନେତୃତ୍ୱ ରେ ଆୟୋଜିତ ସଭାରେ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ରାଜ୍ୟ ସରକାର ଙ୍କ ଏଭଳି କର୍ମଚାରୀ ମାରଣ ନୀତି କୁ ନିନ୍ଦା କରିବା ସହିତ, ଆଉଟଶୋରସିଂ କର୍ମଚାରୀ ଙ୍କ ଦାବୀ ପ୍ରତି ସରକାର ଙ୍କ 5T ଓ ମୋ ସରକାର ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଥିଲେ I ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସହ ବିଶାଳ ରାଲି ସହ ଶତାଧିକ କର୍ମଚାରୀ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ମଧ୍ୟ ଦେଇଥିଲେ ଆୟୋଜିତ ବୈଠକ ରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ମହାରଣା ଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନ କୁ ଦୁର୍ବାର ରୂପ ଦେବାକୁ ଆହ୍ୱାନ କରିଥିଲେ I ଯଦି ମାସକ ଭିତରେ ଦାବୀ ପୂରଣ ନ ହୁଏ ତେବେ ସମ୍ପୂର୍ଣ କାର୍ଯ୍ୟାବନ୍ଦ ସହ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଉ କରାଯିବାର ପ୍ରସ୍ତାବ ରହିଛି I ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକ ରେ ବର୍ତମାନ ର ସରକାର ଭୁଆଁ ବୁଲାଇବା ସରକାର ବୋଲି ଅବିହିତ କରିବା ସହିତ ସମସ୍ତ ସରକାର ଯୋଜନା ଗୁଡିକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା କର୍ମଚାରୀ ମାନଙ୍କୁ ଅଣଦେଖା କରିବା ନିଶ୍ଚିତ ରୂପେ ସରକାର ଙ୍କ ଆର୍ଥିକ ପରିଚାଳନା ବିଫଳତା କୁ ପଦାରେ ପକାଉଛନ୍ତି ବୋଲି କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣା, ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ I ମହାସଂଘ ର ଉପ ସଭାପତି ଜୟରାମ ରାଓ, ସମ୍ପାଦକ ବିନାୟକ ପତି,ସାଙ୍ଗଠନିକ ସମ୍ପାଦକ ସୁନୀଲ ଦାସ,ପଂଚାୟତ କର୍ମଚାରୀ ନେତା ମିହିର ବିଶ୍ୱାଳ, ଅମରେସ ବେହେରା, ନରେଶ ବେହେରା,ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି,ପ୍ରଶାନ୍ତ ପରିଛା,ସ୍ୱାସ୍ଥ୍ୟ କର୍ମଚାରୀ ନେତା ଏନ. ନିରଞ୍ଜନ ଦାସ, ହିମାଂଶୁ ପଟ୍ଟନାୟକ, ସୁନୀଲ ପାତ୍ର, ଦେବାଶିଷ ତ୍ରିପାଠୀ,ବିଶ୍ଵରଞ୍ଜନ,ସୁଧୀର ସାହୁ,ମ୍ୟୁନିସିପାଲିଟି କର୍ମଚାରୀ ନେତା ଉତ୍ତମ ନାୟକ, ବନ କର୍ମଚାରୀ ନେତା ସନୋଜ କୁମାର ଶଙ୍ଖୁଆ,କୃଷ୍ଣ ଚନ୍ଦ୍ର ପାତ୍ର,ସୁଧାଂଶୁ ଶେଖର ତ୍ରିପାଠୀ,ଙ୍କ ସହ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି ଦେବା, କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା (ଜବସିକ୍ୟୁରିଟି ପ୍ରଦାନ), ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି, ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ମହିଳା କର୍ମଚାରୀ ମାନଂକୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ, ଇପିଏଫ /ଇଏସଆଇ ର ସଠିକ ପୈଠ, ବରିଷ୍ଠତା ଓ ଦକ୍ଷତା ଭିତ୍ତି ରେ ପଦୋନ୍ନତି ର ବ୍ୟବସ୍ଥା କରିବା ସମେତ ବିଭିନ୍ନ ଦାବି ନେଇ ସେମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ