ରାନୁଙ୍କୁ ବେଶି ଖୋଜୁଛନ୍ତି ଲୋକେ
ମୁମ୍ବାଇ: ଗୁଗୁଲରେ କାହାକୁ ଯଦି ଲୋକେ ବେଶି ଖୋଜୁଥାଆନ୍ତି, ତେବେ ସେ ହେଉଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଗୁଗୁଲ୍ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ କରିଥିଲେ। ଏହି ତାଲିକାରେ ପ୍ରଥମରେ ରହିଛନ୍ତି ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ। ଦ୍ୱିତୀୟରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର, ତୃତୀୟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ଚତୁର୍ଥରେ ‘ସୁପର ୩୦’ ର ପ୍ରତିଷ୍ଠାତା ଆନନ୍ଦ କୁମାର, ପଞ୍ଚମ ସ୍ଥାନରେ ରହିଛନ୍ତି ଅଭିନେତା ଭିକି କୌଶଲ, ଷଷ୍ଠ ସ୍ଥାନରେ କ୍ରିକେଟର ରିଷଭ ପନ୍ତ, ସପ୍ତମ ସ୍ଥାନରେ ରାନୁ ମଣ୍ଡଳ, ଅଷ୍ଟମ ସ୍ଥାନରେ ଅଭିନେତ୍ରୀ ତାରା ସୁତାରିଆ, ନବମ ସ୍ଥାନରେ ବିଗ୍ ବସ୍ ୧୩ର ବିବାଦୀୟ ପ୍ରତିଯୋଗୀଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧାର୍ଥ ଶୁକ୍ଲା ଏବଂ ଦଶମ ସ୍ଥାନରେ ରହିଛନ୍ତି ଅଭିନେତ୍ରୀ କୋଏନା ମିତ୍ରା।


