ନିଆରା ଢଙ୍ଗରେ ପାଳିଲେ ଜନ୍ମଦିନ
ଗୋପାଳପୁର, (ରମେଶ କୁମାର ସାହୁ):ନିଆରା ଢଙ୍ଗରେ ପାଳିଲେ ଜନ୍ମଦିନ ଗୋପାଳପୁର ହୋଟେଲ ସ୍ବସ୍ତି ମ୍ୟାନେଜର ଦେବରାଜ ସିଂଙ୍କ ନେତୃତ୍ବରେ ସ୍ବସ୍ତି ଗୃପ୍ CMD ଜିତେନ୍ଦ୍ର କୁମାର ମହାନ୍ତିଙ୍କ ଜନ୍ମଦିନ ସ୍ଥାନୀୟ ଜରା ନିବାସର ଅନ୍ତ ବାସୀଙ୍କ ସହ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଆଧୁନିକ ଯୁଗରେ ଯୁବପିଢି ତଥା ଧନି ଶ୍ରେଣୀର ଲୋକମାନେ ନିଜର ଜନ୍ମ ଦିନ ପାଳନ କରିବା ନିମନ୍ତେ ବିଭିନ୍ନ ପାର୍କ ରେଷ୍ଟୁରାଣ୍ଟକୁ ଜାଇ ମହା ଆଡ଼ମ୍ବର ସହ ବଡ଼ ବଡ଼ ଭୋଜି ଭାତର ଆୟୋଜନ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ନିଜେ ନିଜର ଜନ୍ମ ଦିନ ପାଳନ କରୁଥିବା ବେଳେ ହୋଟେଲ ସ୍ବସ୍ତିର କର୍ମଚାରୀ ମାନେ ଜରା ନିବାସ ଅନ୍ତେବାସୀ ମାନଙ୍କ ସହ ମିଶି CMD ଜିତେନ୍ଦ୍ର କୁମାର ମହାନ୍ତିଙ୍କ ଜନ୍ମ ଦିନ ପାଳନ କରିବା ସହ ସେମାନଙ୍କୁ ଖାଇବାକୁ ଦେଇ ସେମାନଙ୍କ ସହ ମିଶି ଖାଇଥିଲେ। ଏହାପରେ ସମସ୍ତ କର୍ମଚାରୀ ମାନେ ଅନ୍ତେବାସୀଙ୍କୁ ପ୍ରଣାମ କରି ସେମାନଙ୍କ ଠାରୁ ଆଶ୍ରୀବାଦ ଗ୍ରହଣ କରିଥିଲେ। ଏହା ଦେଖି ଉପସ୍ଥିତ ଥିବା ଅଞ୍ଚଳ ବାସୀ ମାନେ ଭୁରି ଭୁରି ବହୁ ପ୍ରସଂସା କରିଥିଲେ


