କେନ୍ଦ୍ରାପଡା ସହରରେ ସିଟି ଗୋଲ୍ଡ ଶୋରୁମ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ତିନିମୁହାଣି ଠାରେ ପ୍ରଥମ ଥର ପାଇଁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅବସରରେ ସିଟି ଗୋଲ୍ଡ(୧ଗ୍ରାମ ଗୋଲ୍ଡ) ଶୋରୁମ ଆଜି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଗୁଲନଗର ଗ୍ରାମର ଯୁବ ବ୍ୟବସାୟୀ ସୁଶାନ୍ତ କୁମାର ଦାଶ କେନ୍ଦ୍ରାପଡାର ଲୋକମାନଙ୍କ ନିମନ୍ତେ ପ୍ରଥମ ଥର ପାଇଁ ଏଭଳି ଏକ ଅଭିନବ ଶୋରୁମ ଖୋଲିଛନ୍ତି । ଏଠାରେ ସ୍ୱଳ୍ପ ଆୟକାରୀମାନଙ୍କ ନିମନ୍ତେ ବିଭିନ୍ନ ଅତ୍ୟାଧୁନିକ ଡିଜାଇନର ବିଭିନ୍ନ ପ୍ରକାର ଗୋଲ୍ଡ କୋଟେଡ ଗହଣା ସବୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ସତ୍ତ୍ୱାଧୀକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଆଜିକାଲି ବହୁ ଲୋକ ଏଭଳି ଗହଣା ସବୁକୁ ବ୍ୟବହାର କରିବାକୁ ପସନ୍ଦ କରୁଥିବା ବେଳେ କେନ୍ଦ୍ରାପଡା ସହରରେ ଖୋଲିଥିବା ଏହି ଶୋରୁମ ସେମାନଙ୍କ ଆବଶ୍ୟକତାକୁ ନିଶ୍ଚିନ୍ତ ପୁରଣ କରିପାରିବ ବୋଲି ଶ୍ରୀ ଦାଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ